ମହିଳା ଗୋଷ୍ଠିଙ୍କ ଦ୍ବାରା ମହୁଲ ପୋଚ ନଷ୍ଟ

ମହିଳା ଗୋଷ୍ଠିଙ୍କ ଦ୍ବାରା ମହୁଲ ପୋଚ ନଷ୍ଟ
ପାପଡାହାଣ୍ଡି, ୮/୦୫ : ଆଜି ସନ୍ଧ୍ୟା ୫ ଟା ସମୟରେ ପାପଡା ଡାହାଣ୍ଡି ବ୍ଲକ ପୋଣ୍ଡି କୋଟ ପଞ୍ଚାୟତ ଅନ୍ତର୍ଗତ ଝରଣୀଗୁଡା ଗ୍ରାମ ନିକଟରେ ବିଭିନ୍ନ ସ୍ଥାନରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ମହୁଲ ପୋଚ କୁ ଗ୍ରାମର ମଦ ବିରୋଧୀ ମହିଳା ଗୋଷ୍ଟି ବୁଲି ବୁଲି ସେ ସେ ସବୁକୁ ନଷ୍ଟ କରିଛନ୍ତି । ଗ୍ରାମାଞ୍ଚଳ ମାନଙ୍କରେ ବର୍ତ୍ତମାନ ମଦ ବିରୋଧୀ ଆନ୍ଦାଳନ ଚାଲି ଥିବା ବେଳେ ମହିଳା ଗୋଷ୍ଟି ଏବଂ ଅବକାରୀ ବିଭାଗ ର ଭୟ ରେ ଚୋରାରେ ଗ୍ରାମ ବାହାରେ ବିଭିନ୍ନ ସ୍ଥାନ ମାନଙ୍କରେ ମଦ ପ୍ରସ୍ତୁତି ଚାଲିଥିବା ସମୟରେ ମଦବିରୋଧୀ ମହିଳା ଗୋଷ୍ଟି ଙ୍କ ହାବୁଡ଼ରେ ପୋଡିବାରୁ
ସେ ସବୁକୁ ନଷ୍ଟ କରିଛନ୍ତି, ବର୍ତ୍ତମାନ ଗ୍ରାମ ଠାରୁ ଯୁବଗୋଷ୍ଟି ଏବଂ ବୃଦ୍ଧ ସମସ୍ତେ ଏଥିରେ ଅଭ୍ୟସ୍ତ ହୋଇ ଉପାର୍ଜିତ ଟଙ୍କା ରେ ମଦ ପିଇ ସର୍ବସ୍ୱାନ୍ତ ହୋଇ ଶେଷରେ ମୃତ୍ୟୁ ମୁଖରେ ପଡୁଥିବାରୁ ମହିଳା ଗୋଷ୍ଟିଙ୍କ ନେତୃତ୍ବ ରେ ବର୍ତ୍ତମାନ ଗ୍ରାମରେ ଲୋକଙ୍କୁ ସଚେତନ କରାଯାଇଛି ଏବଂ ମଦ ବିକ୍ରୀ ଉପରେ ପ୍ରତିବନ୍ଧକ ରେକ୍ ଲଗ।ଯ।ଇଛି।



