District

ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ମୈଦଲପୁର

ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ମୈଦଲପୁର
ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକ କଳା ପରିଷଦ ତରଫରୁ ମୈଦଲପୁର ରେ ହନୁମାନ ମନ୍ଦିର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରାଯାଇ ଥିଲା। “ହରେ ରାମ ହରେ କୃଷ୍ଣ” ଧ୍ବନି ରେ ଚଳଚଞ୍ଚଳ ହୋଇ ଉଠିଲା ମୈଦଲପୁର ର ରାଜ ରାସ୍ତା। ଅଶୋକ ପାତ୍ର, ରାମ ମୋହନ ଚୌଧୁରୀ, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ, ଭବାନୀ ଶଙ୍କର ବିଷୟୀ,ରବିନ୍ଦ୍ର ବିଶ୍ୱାସରାୟ , ଗୋରା ହରିଜନ ପ୍ରମୁଖ ଶୋଭାଯାତ୍ରା ରେ ଯୋଗଦେଇ କାର୍ଯ୍ୟକ୍ରମ ର ମହତ୍ତ୍ଵ ବୃଦ୍ଧି କରିଥିଲେ। ଏହି ଅବସରରେ ଗର୍ଭରାଈ ଶିବ ମନ୍ଦିର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଭବାନୀ ଶଙ୍କର ବିଷୟୀ ବୈଠକ କୁ ପରିଚାଳନା କରିଥିଲେ। ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅଶୋକ ପାତ୍ର, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ, ପୁର୍ବତନ ସାଂସଦ ପର୍ଶୁରାମ ମାଝୀ, ପାପଡାହାଣ୍ଡି ବିଡ଼ିଓ କପିଳଦେବ ସାହୁ, ଆଇନଜୀବି ଶ୍ରୀକାନ୍ତ ପଣ୍ଡା, ଓ ଜିଲ୍ଲା ର ପ୍ରମୁଖ ନାମ ସଂକୀର୍ତ୍ତନ ଗୁରୁ ଓ ପରିଷଦ ର ପ୍ରମୁଖ ବ୍ୟକ୍ତିମାନେ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତ୍ରୀନାଥ ସିଂ, ଆଇନଜୀବି ଏକାମ୍ର ବିଷୟୀ, ସୁଧାଂଶୁ ବିଷୟୀ , ମହେଶ୍ୱର ନାୟକ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ନାମ ସଂକୀର୍ତ୍ତନ ଦଳ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button