District

ବେଗୁନିଆପଡାରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ବେଗୁନିଆପଡାରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ..

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ (ଦେବାଶିଷ ସ୍ୱାଇଁ
ଓଡ଼ ଖଣ୍ଡାୟତ କାଳଞ୍ଜି ସମାଜର ସେହି ମେଧାବୀ ଛାତ୍ରଛାତ୍ରୀ ମାଟ୍ରିକ ଓ +୨ ଶ୍ରେଣୀ ରେ , ଯେଉଁମାନେ ୮୦% କିମ୍ବା ତାହାଠାରୁ ଅଧିକ ନମ୍ବର ରଖି ଆମ ଅଞ୍ଚଳ ଓ ସମାଜ ପାଇଁ ଗର୍ବ ଆଣିଛନ୍ତି, ସେମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଆଞ୍ଚଳିକ ପରିଷଦର ଆନୁକୂଲ୍ୟରେ ବେଗୁନିଆପଡା ବ୍ଲକ ସମ୍ମୁଖସ୍ଥିତ କଲ୍ୟାଣ ମଣ୍ଡପରେ “ପ୍ରତିଭା ସମ୍ମାନ ଉତ୍ସବ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଅଞ୍ଚଳ ପରିଷଦର ସଭାପତି ଶ୍ରୀ ଯୋଗେନ୍ଦ୍ର ବିଶୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପରିଷଦର ଉପଦେଷ୍ଟା ତଥା କବିସୂର୍ଯ୍ୟନଗର ବିଧାୟକଙ୍କ ପିତା ଶ୍ରୀ କାଳୀଚରଣ ନାୟକ ଓ କେନ୍ଦ୍ର ପରିଷଦର ସମ୍ପାଦକ ଶ୍ରୀ ନୀଳାଞ୍ଚଳ ପଳେଇ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ସଫଳ ଆୟୋଜନ ପଛରେ ଅଞ୍ଚଳ ପରିଷଦର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ଭୂୟାଁଙ୍କ ନିଷ୍ଠା, ପ୍ରଚେଷ୍ଟା ଓ ସମାଜ ପ୍ରତି ଥିବା ଆଗାଢ଼ ଭଲପାଇବା ସହ କର୍ମକର୍ତ୍ତାମାଙ୍କ ଅକ୍ଳାନ୍ତ ସହଯୋଗ ପ୍ରଶଂସନୀୟ ରହିଥିଲା। ଏଭଳି କାର୍ଯ୍ୟକ୍ରମ ସମାଜର ଯୁବପିଢ଼ିଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବା ସହ ସମାଜର ଏକତା ଓ ଉନ୍ନତିର ପଥକୁ ଅଧିକ ସୁଦୃଢ଼ କରିଥାଏ। ଏଥି ସହ ସାଙ୍ଗଠନିକ ସମ୍ପାଦକ ମନୋଜ କୁମାର ପ୍ରଧାନ, କୋଷାଦକ୍ଷ ପ୍ରଭାକର ନାୟକ , ଅଞ୍ଚଳ ପରିଷଦ ଉପଦେଷ୍ଟା ନୀଳାଞ୍ଚଳ ସ୍ୱାଇଁ,ଝଡ଼େଶ୍ୱରୀ ଉପସଭାପତି ନୃସିଂହ ପ୍ରସାଦ ବିଶୋୟୀ ଓ ଗୋପୀନାଥ ମଣ୍ଡଳ ଉପସଭାପତି ଦୀପକ କୁମାର ବିଶୋୟୀ,ନୂଆଗଡ ମଣ୍ଡଳ ଉପସଭାପତି ବସନ୍ତ କୁମାର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ। ଅଞ୍ଚଳ ଅଧିନସ୍ଥ ୫ଟି ମଣ୍ଡଳ ର ୫୨ଗ୍ରାମର କର୍ମବୀର ସଭାପତି, ସମ୍ପାଦକ ଓ ଉପସଭାପତି ଉପସ୍ଥିତ ଥିଲେ।

ପରିଶେଷରେ ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ଜଣାଇ ସଭାପତି ସଭା ସାଙ୍ଗ କରିଥିଲେ 🌹

admin

Related Articles

Leave a Reply

Your email address will not be published. Required fields are marked *

Back to top button