ମାଟାମପୁଟ ପରିସର ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ” ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ”ର ଭିତ୍ତିପ୍ରସ୍ତର କରାଯାଇଛି

ନନ୍ଦପୁର/ ଲମତାପୁଟ ଅଦ୍ୟ ତା. 07.06.2026 ରିଖ ଦିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଟାମପୁଟ ପରିସର ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ” ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ”ର ଭିତ୍ତିପ୍ରସ୍ତର କରାଯାଇଛି l ଏଥିରେ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ରଘୁରାମ ମାଛ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବିଧାୟକ କୋରାପୁଟ, ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲlକା ଲୋକସଭା ସଦସ୍ୟ କୋରାପୁଟ ଏବଂ ଶ୍ରୀଯୁକ୍ତ ମନୋଜ ସତ୍ୟୱlନ ମହାଜନ ଜିଲ୍ଲାପାଳ କୋରାପୁଟ ଯୋଗ ଦେଇଥିଲେ l ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗଙ୍କ ଦ୍ୱାରା ଭିତ୍ତିପ୍ରସ୍ତର କରାଯାଇଥିଲା ଏବଂ ବିଦ୍ୟାଳୟରେ ଅନୁସଙ୍ଗିକ ବ୍ୟବସ୍ଥା କରାଯିବାକୁ ସରକାରଙ୍କ ଦ୍ୱାରା ପ୍ରଥମ ପର୍ଯାୟରେ ଛଅ କୋଟି ବ୍ୟୟ ବରାଦ କରାଯାଇଥିବାରୁ ଅଂଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l ଏହି ସମାରୋହରେ ଗୁନେଇପଡା ସରପଞ୍ଚ ଶ୍ରୀମତୀ ଭାବି ମୁଦୁଲି, ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଶ୍ରୀରାମଚନ୍ଦ୍ର ମାଣ୍ଡି, ଏମ ପି ପ୍ରତିନିଧି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଙ୍ଗି ଜିଲ୍ଲା ପରିଷଦ ସଭ୍ୟ ଜୋନ-1,ସମାଜ ସେବୀ ଉରେନ୍ଦ୍ର ନାୟକ ଓ ଏହି ଅଂଚଳର ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l ବିଦ୍ୟାଳୟର ଅଧକ୍ଷ ଡ଼. ସିମାଞ୍ଚଳ ମଲିକ ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l



