ଅଙ୍ଗନୱାଡ଼ି କେନ୍ଦ୍ରର ପାନୀୟ ଜଳ ପ୍ରକଳ୍ପ ଅଚଳ

ଅଙ୍ଗନୱାଡ଼ି କେନ୍ଦ୍ରର ପାନୀୟ ଜଳ ପ୍ରକଳ୍ପ ଅଚଳ
ନନ୍ଦପୁର, ୮/୫,ଗୋବିନ୍ଦ ତ୍ରିପାଠୀ, କୋରାପୁଟ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ ସମସ୍ତ ପାନୀୟ ଜଳ ପ୍ରକଳ୍ପ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ପଞ୍ଚାୟତ ଓ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ହେଲେ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ଉମ୍ବେଲ ପଞ୍ଚାୟତର ମେଡ଼ିପୁଟ ଗ୍ରାମରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ମାସାଧିକ କାଳ ହେଲା ଅଚଳ ହୋଇ ପଡ଼ିଥିବାରୁ ଗ୍ରାମବାସୀଙ୍କ ସମେତ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ପିଲାମାନେ ପାନୀୟ ଜଳ ପାଇଁହଇରାଣ ହେଉଛନ୍ତି। କେନ୍ଦ୍ରରେ ରନ୍ଧା ଖାଦ୍ୟ ପ୍ରସ୍ତୁତି – ପାଇଁ କେନ୍ଦ୍ରର ସହାୟିକା ବହୁ ଦୂରରୁ ପାଣି ସଂଗ୍ରହ କରି ଆଣୁଥିବା ଦେଖୁବାକୁ ଳ ମିଳୁଛି। ସମସ୍ୟା ନେଇ ବହୁବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଓ ବ୍ଲକ ଗ୍ରାମ୍ୟ ଜଳଯୋଗାଣ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥୁବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଚାରିଆଡେ ଗ୍ରୀଷ୍ମ ପ୍ରବାହ । ଜାରି ରହିଛି। ତେଣୁ ତୁରନ୍ତ ମେଡିପୁଟ
(ଅଚଳ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ।)
ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପର ମରାମତି କରାଯିବାକୁ ୱାର୍ଡସଭ୍ୟ ଶ୍ୟାମ ସୁନ୍ଦର ଗୁଣ୍ଠା, ହରି ଗୁଣ୍ଠା, ପିତମ ପାଙ୍ଗି, ଅର୍ଜୁନ ଜାନି, ମଧୁ ଜାନି, ପଦୁ ସୁକିଆ ପ୍ରମୁଖ ଅନୁରୋଧ କରିଛନ୍ତି। ଘଟଣା ସମ୍ପର୍କରେ ଲମତାପୁଟ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଅଜିତ୍ ହାଁସଦାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଖୁବଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି।



