District

ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ବାସି ଖାଦ୍ୟ

ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ବାସି ଖାଦ୍ୟ

ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍, ନବରଙ୍ଗପୁର

ରାଇଘର, ୨୬/୫ : ଜିଲ୍ଲାପାଳଙ୍କୁ ବାସି ଜଳଖୁଆ ଦେଇ ଫସିଲେ ହୋଟେଲ ମାଲିକ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କାର୍ଯ୍ୟାଳୟ ରେ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତ ରହିଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ରାଇଘର ର ବିଭିତ୍ତ ହୋଟେଲ ରୁ ଜଳଖୁଆ ଅଣାଯାଇଥୁଲା । ତେବେ ଜିଲ୍ଲାପାଳ ଜଳଖୁଆ ଖାଇବା ସମୟରେ ସେଥୁରେ ବ।ସି ସିଙ୍ଗଡ଼ା ସହ ବାସି ବରା ବାହାରିଥିଲା । ତେବେ ଜିଲ୍ଲାପାଳ ଏହି ବାସି ଖାଦ୍ୟ ଦେଖ୍ ବିରକ୍ତି ଭାବ ପ୍ରକାଶ କରିଥିଲେ। ପରେ ଜିଲ୍ଲାପାଳ ଉକ୍ତ ହୋଟେଲ ମାନଙ୍କ ଖାଦ୍ୟର ମାନ ପରୀକ୍ଷା କରିବାକୁ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଓ ରାଇଘର ତହସିଲଦାରଙ୍କୁ ପଠାଇଥିଲେ। ଉଭୟ ଅଧିକାରୀଙ୍କ ଯାଞ୍ଚ ସମୟରେ ହୋଟେଲମାନଙ୍କରେ ନିମ୍ନ ମାନର ତେଲ, ଖରାପ ଖାଦ୍ୟ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ହେଉଥିବା ଦେଖୁବାକୁ ମିଳିଥିଲା। ଗୋଟିଏ ହୋଟେଲ ର ଲାଇସେନ୍ସ ନଥୁଲା। ନିମ୍ନ ମାନର ତେଲ, ନିମ୍ନ ମାନର ଖାଦ୍ୟ ଓ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବା ପରେ ପ୍ରଶାସନ ପକ୍ଷରୁ ଗୋଟିଏ ହୋଟେଲ୍ ବନ୍ଦ କରିଦେଇଥିବା ବେଳେ ବେଳେ

ଦୁଇଟି ହୋଟେଲ୍‌ ଠାରୁ ଜରିମାନା ଆଦାୟ କରାଯାଇଛି । ଏଥିସହ ସାତ ଦିନ ଭିତରେ ସମସ୍ତ ରୋଷେଇ ସ୍ଥାନ କୁ ପରିଷ୍କାର କରିବାକୁ ଲିଖିତ ଭାବରେ ରଖୁଛନ୍ତି। ପରୀକ୍ଷା ପାଇଁ ହୋଟେଲ ରୁ ମିଠା ର ନମୁନା ସଂଗ୍ରହ କରିଛନ୍ତି। ଆଗାମୀଦିନରେ ଯଦି ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟ ର ମାନ ଠିକ୍ ରହିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ତହସିଲଦାର ମନମୋହନ ସାହୁ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button