ଅଭାବୀ ବିକ୍ରିର ଶିକାର ମକାଚାଷୀ

ଅଭାବୀ ବିକ୍ରିର ଶିକାର ମକାଚାଷୀ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ନବରଙ୍ଗପୁର, ୨୨/୪: ନବରଙ୍ଗପୁର ଜିଲ୍ଲାରେ ଅଛନ୍ତି ୩୦ହଜାରରୁ ଊର୍ଦ୍ଧ୍ବ ମକାଚାଷୀ ଜଙ୍ଗଲ ଜମିକୁ ମିଶାଇ ଦେଢ଼ଲକ୍ଷ ହେକ୍ଟରରେ ହେଉଛି
ଚାଷ ଖରିଫରେ ୬୧ ହଜାର ୪୨୧ ହେକ୍ଟର ଓ ରବିରେ ୧୨ ହଜାର ହେକ୍ଟର ଜମିରେ ମକାଚାଷ ହେଉଛି| ଖରିଫରେ ୧ଲକ୍ଷ ମେଟ୍ରିକ୍ ଟନ୍ ଓ ରବିରେ ୨୦ ହଜାର ମେଟ୍ରିକ୍ ଟନ୍ ମକା ମଞ୍ଜି ଉତ୍ପାଦନ ହେଉଛି। କିନ୍ତୁ ଏତେ ପରିମାଣ ମକା ମଞ୍ଜି କିଣିବାକୁ ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ନଥିବା ବେଳେ ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟ ନାହିଁ। ଫଳରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ
ଓଡ଼ିଶାର ସର୍ବାଧିକ ମକା ଉତ୍ପାଦନକାରୀ ଜିଲ୍ଲା ମଧ୍ୟରେ ରହିଛି ନବରଙ୍ଗପୁର, ମୁଖ୍ୟମନ୍ତ୍ରୀ
ମକା ମିସନ୍ରେ ୧୪ଟି କୃଷି ଉତ୍ପାଦକ ଗୋଷ୍ଠୀ ଜରିଆରେ ଓର୍ମାସ୍ ୨୦୨୫ରେ ୧୭,୩୭୨ ମେଟ୍ରିକ୍ ଟନ୍ ଓ ୨୦୨୬ରେ ୫ହଜାର ମେଟ୍ରିକ୍ ଟନ୍ ମକା କିଣିଛି ବାକି ମକାକୁ ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଶାଗମାଛ ଦରରେ କିଣି
ନେଉଛନ୍ତି। ସରକାରୀ ପ୍ରକ୍ରିୟାକରଣ ୟୁନିଟ ନ ଥିବାରୁ ବ୍ୟବସାୟୀ ଓ ଦଲାଲଙ୍କ ନିୟନ୍ତ୍ରଣରେ ରହିଛି ମକା ବଜାର ଉତ୍ପାଦିତ ମକାରୁ ଆନ୍ଧ୍ର ୬୦ ପ୍ରତିଶତ କିଣି ନେଉଛି। ସେହିପରି ଛତିଶଗଡ଼, ପଶ୍ଚିମବଙ୍ଗ ସହ ଓଡ଼ିଶାର ୪ଟି ବଡ଼ ଇଥାନଲ୍ ପ୍ରକଳ୍ପ ଜୁନାଗଡ଼, ବରଗଡ଼, ସୋନପୁର, ତରଭା ମଧ୍ୟ ନବରଙ୍ଗପୁର ମକା ଉପରେ ନିର୍ଭରଶୀଳା କଟକ, ଭୁବନେଶ୍ଵରରେ ଥିବା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ସହିତ ୨୦ ପ୍ରତିଶତ ମକା ମଞ୍ଜି ଆନ୍ଧ୍ରର ବିଜୟନଗରମ୍ ବାୟୋଟେକ୍
କମ୍ପାନି କିଣୁଛି। ଗୋଖାଦ୍ୟ, କୁକୁଡ଼ା ଦାନା ପ୍ରସ୍ତୁତ କରୁଥିବା କମ୍ପାନି ଗୁଡ଼ିକ ୧୫ ପ୍ରତିଶତ ମକାମଞ୍ଜି କିଣୁଥିବା ଜଣାପଡ଼ିଛି। ଦେଢ଼ ଲକ୍ଷ ହେକ୍ଟର ଜମିରୁ ଉତ୍ପାଦିତ ୧ଲକ୍ଷ ମେଟ୍ରିକ୍ ଟନ୍ ମଞ୍ଜି ଶୁଖାଇ ଆର୍ଦ୍ରତା ଦୂର ସହ ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲାରେ ଆବଶ୍ୟକ ପିଣ୍ଡି ଓ ଖଳା
ମଣ୍ଡି କି ପ୍ରକ୍ରିୟାକରଣ ୟୁନିଟ୍ ନାହିଁ।
ଆନ୍ଧ୍ରକୁ ଯାଉଛି ୬୦ ପ୍ରତିଶତ ମକା
ତେଣୁ ଚାଷୀମାନେ ରାଜରାସ୍ତା ଉପରେ ହିଁ ମକା ଶୁଖାଉଛନ୍ତି। ମକା ଗଚ୍ଛିତ ରଖିବାକୁ ଗୋଦାମ ନ ଥିବାରୁ ସରକାରୀ ଧାର୍ଯ୍ୟଦରରୁ ବହୁ କମ୍ ମୂଲ୍ୟରେ ଦଲାଲ କିଣି ନେଉଛନ୍ତି। ଅଭାବୀ ବିକ୍ରି ରୋକିବା ସହ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାର ମକା ମଣ୍ଡି କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳିପାରୁନି। ଅନ୍ୟପକ୍ଷରେ ଇଥାନଲ ପ୍ରକଳ୍ପ ପାଇଁ ମଧ୍ୟ ଚାଷୀ ଓ ଲୋକ ପ୍ରତିନିଧି କରି ଆସୁଥିବା ଦାବିକୁ କଣ୍ଠପାତ କରୁନାହାନ୍ତି ସରକାର।



