ରାସ୍ତା ପ୍ରଶସ୍ତୀକରଣରେ ଗଛ, ବିଦ୍ୟୁତ୍ ଖୁଣ୍ଟ ବାଧକ

ରାସ୍ତା ପ୍ରଶସ୍ତୀକରଣରେ ଗଛ, ବିଦ୍ୟୁତ୍ ଖୁଣ୍ଟ ବାଧକ
ତେନ୍ତୁଳିଖୁଣ୍ଟି, ୨୨/୪ ,ଗୋବିନ୍ଦ ତ୍ରିପାଠୀ
ନବରଙ୍ଗପୁର ଜିଲ୍ଲା ସଦର ମହକୁମାରୁ ଇନ୍ଦ୍ରାବତୀ ପ୍ରକଳ୍ପ ସହର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ଦୁଇଟି ପର୍ଯ୍ୟାୟରେ ଚାଲିଛି । ରାସ୍ତା ପ୍ରଶସ୍ତିକରଣ ଯୋଗୁ ପୂର୍ବରୁ ଥିବା ଗଛ, ବିଦ୍ୟୁତ୍ ଖୁଣ୍ଟ ଆଦି ମୁଖ୍ୟ ମଝିରେ ରହିଥିବା ଦେଖୁବା ବାକୁ ମିଳିଛି । ରାସ୍ତା ବର୍ତମାନ ଜନ୍ମ ଜଙ୍ଗଲ, ବିଦ୍ୟୁତ୍ ରାଜସ୍ବ ବିଭାଗ ବିଭାଗ ମଧ୍ୟରେ ସ ସମନ୍ୱୟ ଅଭାବରୁ ରାସ୍ତା କାର୍ଯ୍ୟ ଠିକ ଠିକ ଭାବେ ହୋଇପାରୁନାହିଁ I ବର୍ତମାନ ଇନ୍ଦ୍ରାବତୀ କଲେଜ ଛକଠାରୁ ଗତିପୁଟ ଛକ ପର୍ଯ୍ୟନ୍ତ ହେଉଥିବା ରାସ୍ତାର ମଝିରେ ପ୍ରତି ୧୦ ମିଟର ବ୍ୟବଧାନରେ ଗୋଟିଏ ଗଛ ନଚେତ ବିଦ୍ୟୁତ୍ ଖୁଣ୍ଟ ରହିଛି। ଏନେଇ ବହୁବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ
ନୀରବ ପରେ ମଧ୍ୟ ଜଙ୍ଗଲ, ବିଦ୍ୟୁତ୍ ଏବଂ ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷ କେହି ଶୁଣୁନାହାନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ନିରବ ରହିଥିବା ଅଭିଯୋଗ ହେଉଛି। ରାସ୍ତା ମଝିରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ରହିଲେ ଯଦି କିଛି ଅଘଟଣ ଘଟେ ତେବେ କେଉଁ ବିଭାଗ ଅଧିକାରୀ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠୁଛି। ତୁରନ୍ତ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ହଟାଇ କାର୍ଯ୍ୟ ତ୍ବରାନ୍ଵିତ କରିବାକୁ ଦାବି ହେଉଛି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅରବିନ୍ଦ ପାଢ଼ୀଙ୍କୁ ପଚାରିବାରୁ ସେ କହିଲେ, ବିଦ୍ୟୁତ୍ ବିଭାଗ ଓ ଜଙ୍ଗଲ ବିଭାଗ ତଥା ରାଜସ୍ବ ବିଭାଗକୁ ଚିଠି କରାଯାଇଛି। ତେବେ ସମ୍ପୃକ୍ତ ବିଭାଗଗୁଡିକରୁ କୌଣସି କ୍ଲିୟରାନ୍ସ ଏଯାଏ ମିଳିନାହିଁ ।



