District

୧୭ଟି ୱାର୍ଡ ପାଇଁ ୧୩୫ଜଣ ସଫେଇ କର୍ମଚାରୀ ନିଯୋଜିତ ହେଲେ ବି

୧୭ଟି ୱାର୍ଡ ପାଇଁ ୧୩୫ଜଣ ସଫେଇ କର୍ମଚାରୀ ନିଯୋଜିତ ହେଲେ ବି

ନିୟମିତ ଉଠୁନି ମଇଳା, ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା

ନବରଙ୍ଗପୁର, ୨୧/୪:ଗୋବିନ୍ଦ ତ୍ରିପାଠୀ

ନବରଙ୍ଗପୁର ସହରର ୧୭ଟି ୱାର୍ଡରୁ ମଇଳା ଓ ଆବର୍ଜନା ଉଠାଇବା ପାଇଁ ସଂପୂର୍ଣ୍ଣ ରୂପେ ଘରୋଇକରଣ କରାଯାଇଛି। ଏଥିପାଇଁ ୮ଜଣ ଜମାଦାର, ୧୧ଜଣ ଡ୍ରାଇଭର, ୭୬ଜଣ ପୁରୁଷ ଓ ୪୦ଜଣ ମହିଳା ଏଭଳି ୧୩୫ଜଣ ସଫେଇ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ୬ଟି ଟ୍ରାକ୍ଟର, ୩ଟି ଟାଟା ଏସ୍ ଭ୍ୟାନ ଓ ପୌରପାଳିକାର ୨ଟି ମିନି ଭ୍ୟାନ୍ ଏଭଳି ୧୧ଟି ଗାଡ଼ି ସଫେଇ କରୁଥିଲା। ଏହାସତ୍ତ୍ବେ ସହରର ଚାରିଆଡ଼େ କୁଢ଼କୁଡ଼ ଆବର୍ଜନା ପଡ଼ି ରହୁଛି। ଆବର୍ଜନା ଉଠାଇବା ଗାଡ଼ି ନଥିବାରୁ ଗତ ତିନିଦିନ ହେବ ବିଭିନ୍ନ ୱାର୍ଡରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ରହିଥିବା

କାଉନସିଲରମାନେ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଦିନ ସହରରୁ ୧୭ଟନ୍‌ ମଇଳା ଉଠିବା ସ୍ଥାନରେ ୧୦ଟନ୍‌ ଉଠୁଛି। ପୂର୍ବରୁ ସହରର ୧୭ଟି ୱାର୍ଡରେ ପ୍ରତ୍ୟେକ ଦିନ ସକାଳୁ ବ୍ୟାଟେରୀ ଅପରେଟେଡ୍ ଭେହିକଲ୍ (ବିଓଭି) କିମ୍ବା ଟ୍ରଲିରେ ମଇଳା ସଂଗ୍ରହ ହେଉଥିଲା। ଏଥିପାଇଁ ୧୦ଟି ବିଓଭି ଥିବା ବେଳେ ୮ଟି ପୂର୍ବରୁ ଖରାପ ହୋଇ ଖତ ଖାଉଛି। ଏପରିକି ଟ୍ରଲି ଗୁଡ଼ିକ ବି ଖରାଫ ହୋଇପଡ଼ିଥିବା ବେଳେ ଏହାର ମରାମତି ହେଉନାହିଁ। ତେଣୁ ୱାର୍ଡବାସୀଙ୍କ ଠାରୁ ଗାଳି ଶୁଣିବାକୁ ପଢୁଛି ବୋଲି କହିଛନ୍ତି କାଉନସିଲର ଏ ସତୀଶ ଅନ୍ୟପଟେ ମଇଳା ଉଠାଇବା ଗାଡ଼ି ନଆସିବା ଫଳରେ ଲୋକମାନେ ଛକ ଓ ନାଳରେ

ଆବର୍ଜନା ପକାଉଛନ୍ତି| ମଇଳା ଜମା ରହୁଥିବାରୁ ଦୁର୍ଗନ୍ଧ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି| ପ୍ରତ୍ୟେକ ଦିନ ଏହି ଡସିଂୟାର୍ଡ ଗୁଡ଼ିକରେ ବୁଲା ଗାଈଗୋରୁ ଜମା ହେଉଥିବା ଦେଖିବାକୁ ମିଳିଛି। ଗତ ୩ ଦିନ ହେବ ବିଭିନ୍ନ ତଟିଂ ୟାର୍ଡରେ ଏଭଳି ମଇଳା ପଡ଼ି ରହିଥିବାରୁ ଲୋକେ ଏହିସବୁ ରାସ୍ତା ଦେଇ ଯିବା ସମୟରେ ନାକରେ ରୁମାଲ ଦେବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ ପାଇଁ ୨୦ଟି ନୂଆ ଟ୍ରଲି କିଣାଯିବ ବୋଲି କହିଛନ୍ତି ସାନିଟେସନ୍ ଏକ୍ସପାର୍ଟ ଶୁଭସ୍ମିତା ଧଳା ପୌରନିର୍ବାହୀ ଅଧିକାରୀ ଓ ସେ ନିଜେ ବାରମ୍ବାର ତାଗିଦ୍ ସତ୍ତ୍ବେ ସୁଧାର ଆସୁନି ବୋଲି ସାନିଟେସନ୍ ଏକ୍ସପୋର୍ଟ କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button