କୁରୁବେଲା ଗ୍ରାମର ରନିତା ଗଣ୍ଡଙ୍କୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୁରୁବେଲା ଗ୍ରାମର ରନିତା ଗଣ୍ଡଙ୍କୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ରାଇଘର ବ୍ଲକ ଦେବାଗା ପଞ୍ଚାୟତ ର କୁରୁବେଲା ଗ୍ରାମର ଖୋକା ଗଣ୍ଡ ଏବଂ ଧନେଇ ଗଣ୍ଡଙ୍କ ୧୫ ବର୍ଷୀୟ ଝିଅ ରନିତା ଗଣ୍ଡଙ୍କ ଦେହ ଅସୁସ୍ଥତା କାରଣରୁ ଠିକ ଭାବରେ ଚ।ଲି ବୁଲି ପାରୁ ନଥିବାରୁ ଘର ଲୋକେ ଉମରକୋଟ ମେଡିକାଲ ନେଇ ଚିକିତ୍ସା କରେଇଥିଲେ। କିନ୍ତୁ ଠିକ ନ ହେବାରୁ ପରିବାର ଲୋକେ ଘରକୁ ନେଇ ଆସି ଆସିଥିଲେ ରନିତା ଗଣ୍ଡଙ୍କ ବାପା ଖୋକା ଗଣ୍ଡ ବହୁତ ଗରିବ ପାଇଁ ଭଲ ଚିକିତ୍ସା ହୋଇଥିବାରୁ ମେଡିକାଲକୁ ନେଇ ପାରିନଥିବାରୁ ଘରେ ଆଣି ରଖ୍ ଥିବାବେଳେ
ବର୍ତ୍ତମାନ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗରିବ ରେଖା ତଳେ ଅଟକି ଯାଇଛି ରନିତାର ଚିକିତ୍ସା । ୮ ମାସ ହେବ ରନିତାଙ୍କୁ ଜ୍ଵର ହେବା ପରଠୁ ଜଣ୍ଡିସ ହେବା ସହ କାସ ହୋଇ ଦେହ ଖରାପ ହୋଇଯାଇଥିବାର ପରିବାର ଲୋକେ ଡୁମୁରି ମୁଣ୍ଡା ମେଡିକାଲ ଚିକିତ୍ସା କରେଇବା ସହ ଡକ୍ଟରଙ୍କୁ ଚି କିତ୍ସା କରେଇଥିଲେ। ବର୍ତ୍ତମାନ ରନିତାଙ୍କ ଦେହ ବହୁତ ଖରାପ ହେବାଯୋଗୁ ପ୍ରଶାସନ ତରଫରୁ ରନିତା ଙ୍କୁ ଭଲ ଚିକିତ୍ସା ସହ ପେନସନ ବ୍ୟବସ୍ଥା ଯୋଗେଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି ।



