District

ଗଜପତି ଜିଲ୍ଲା ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ପ୍ରକ୍ରିୟା ସରିଲା, ୧୮ ଗୋଟି ଦୋକାନୀଙ୍କ ମଧରେ ୬ ଜଣ ମହିଳା ରହିଛନ୍ତି

ଗଜପତି ଜିଲ୍ଲା ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ପ୍ରକ୍ରିୟା ସରିଲା, ୧୮ ଗୋଟି ଦୋକାନୀଙ୍କ ମଧରେ ୬ ଜଣ ମହିଳା ରହିଛନ୍ତି

ପାରଳାଖେମୁଣ୍ଡି:୩୦/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲାରେ ନୂତନ ଅବକାରୀ ନୀତି ଅନୁସାରେ ଜିଲାରେ ୧୯ଗୋଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଗତକାଲି ଶୁକ୍ରବାର ନିଲାମ ଲଟେରୀ ପ୍ରକ୍ରିୟା ଦ୍ୱାରା ହୋଇଯାଇଛି। ଏହି ନବୀକରଣ ନିଲାମ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ତତ୍ୱାବଧାନ ଓ ନିର୍ଦେଶକ୍ରମେ ବର୍ତ୍ତମାନର ଅବକାରୀ ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା. ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ଏବଂ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ନିଲାମ ପ୍ରକ୍ରିୟା ସମାପନ ହୋଇଥିଲା. ୧୯ଟି ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୧୮ଟି ଗୋଟି ପାଇଁ ୪୬୨ ଜଣ ଆବେଦନ କରିଥିଲେ. ପାରଳାଖେମୁଣ୍ଡି ସହରରେ ଥିବା ୨ ନମ୍ବର ମଦ ଦୋକାନ ପାଇଁ କେହି ଆବେଦନ କରିନାହାନ୍ତି। ଏହି ବିଦେଶୀ ଠିପି ବନ୍ଦ ମଦ ଦୋକାନ ନିଲାମରେ ଆବେଦନ ପାଇଁ ଜଣଙ୍କ ପିଛା ୩ ଲକ୍ଷ ଟଙ୍କା ନନରିଫଣ୍ଡ ଆବେଦନ ଦ୍ୱାରା ସରକାରଙ୍କୁ ୧୩ କୋଟି ୮୬ ଲକ୍ଷ ଟଙ୍କା ରାଜସ୍ବ ମିଳିଛି। ଆବେଦନ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଲଟେରି ମାଧ୍ୟମରେ ୪୬୨ ଜଣଙ୍କ ମଧ୍ୟରୁ ୧୮ଟି ଦୋକାନ ପାଇଁ ୧୮ ଜଣଙ୍କୁ ମନୋନୀତ କରାଯାଇଛି। ପାରଳାଖେମୁଣ୍ଡିସ୍ଥିତ ସପ୍ ନଂ. ୧ ପାଇଁ ସୁରେଶ ମହାନ୍ତି, ସପ୍ ନଂ. ୩ ପାଇଁ ସନ୍ତୋଷ ମହାପାତ୍ର ସପ୍ ନଂ. ୪ ପାଇଁ ନରେନ୍ଦ୍ର ସାହୁ, ସପ୍ ନଂ. ୫ ପାଇଁ ମାଲା ଦୀପିକା, ସପ୍ ନଂ. ୬ ପାଇଁ ରାବଡା ସୁରେଶ, ସପ୍ ନଂ ୮ ପାଇଁ ତ୍ରିପତି ସାହୁକାର, ସପ୍ ନଂ.୯ ପାଇଁ ତ୍ରିଲୋଚନ ପ୍ରଧାନ, ଗୁରାଣ୍ଡିସ୍ଥିତ ସପ୍ ନଂ. ୧୮ ପାଇଁ ରାଜକିଶୋର ସାହୁକାର, ଗାରାବନ୍ଧସ୍ଥିତ ସପ୍ ନଂ. ୭ ପାଇଁ ସିନ୍ଦିରି ରବି କୁମାର, କାଶୀନଗରସ୍ଥିତ ସପ୍ ନଂ. ୧୨ ପାଇଁ ଏସ. ରାଜେଶ୍ଵର ରାଓ, ଉଦୟଗିରିସ୍ଥିତ ସ୍ଥିତ ସପ୍ ନଂ.୧୪ ପାଇଁ ଶ୍ରୀତୁନ ସାହୁ, ଅଡବାସ୍ଥିତ ସପ୍ ନଂ. ୧୫ ପାଇଁ ସୂର୍ଯ୍ୟକାନ୍ତ ପୃଷ୍ଠି, ରାୟଗଡସ୍ଥିତ ସପ୍ ନଂ. ୧୦ ପାଇଁ ଏମ. ଚିନ୍ନାମୁଡୁ, ଉପଲଡାସ୍ଥିତ ସପ୍ ନଂ ନଂ. ୧୧ ପାଇଁ ଉମାରାଣୀ ସାହୁ, ହାଡୁଭା ଜୁଭାଙ୍ଗିସ୍ଥିତ ସପ୍ ନମ୍ବର ୧୩ ପାଇଁ ପାଟା ଜୟା, ରାଣୀପେଣ୍ଠସ୍ଥିତ ସପ୍ ନଂ. ୧୭ ପାଇଁ ଭେଙ୍କଟ ସତ୍ୟ ସୁରିୟାନାଟ ରିୟାନାରାୟଣା ରାଜୁ ଦାଣ୍ଡୁ, ମହେନ୍ଦ୍ରଗଡ ଲବାରସିଂସ୍ଥିତ ସପ୍ ନ. ୧୩ ପାଇଁ ରତ୍ନାଲା ପାର୍ବତୀ, ମୋହନାସ୍ଥି ନାସ୍ଥିତ ସପ୍ ନଂ. ୧୯ ପାଇଁ ସ୍ବର୍ଣ୍ଣଲତା ସା ସାହୁଙ୍କ ନାମ ଲଟେରି ମାଧ୍ୟମରେ ଉଠାଣ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ତେବେ ଏହି ଲଟେରି ମାଧ୍ଯମରେ ଆବଣ୍ଟନ ହୋଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ମଧ୍ୟରୁ 6 ଜଣ ମହିଳାଙ୍କ ନାମରେ ରହିଥ‌ିବା ଜଣାପଡିଛି ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button