ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ

ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ

ନବରଙ୍ଗପୁର:-ଡାବୁଗାଁ ଥାନା ଅଧୀନ ଗିର୍ଲା ଗ୍ରାମରେ ଶୁକ୍ରବାର ସକାଳ ସମୟରେ ପୋଖୋରୀ ରେ ବୁଡି ଯାଇ ଜଣେ ଯୁବକ ମୃତ୍ତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ସୂଚନଯୋଗ୍ୟ ଗୀର୍ଲା ଗ୍ରାମର ରାମ ଚନ୍ଦ୍ର ଭତ୍ରା (୧୯) ଗ୍ରାମ ପାଖ ପୋଖରୀ କୁ ସକାଳ ପ୍ରାୟ ୮ ଘ ସମୟରେ ଶୌଚ ହେବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ସେ ପୋଖୋରି ରେ ବୁଡିଯାଇଥିଲେ । ଗ୍ରାମବାସୀ ଏହା ଦେଖି ଡାବୁଗାଁ ଦମକଳବାହୀନି କୁ ଖବର ଦେଇଥିଲେ । ଖବରପାଇ ଡାବୁଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ସବ ଉଦ୍ଧାର କରିବା ପରେ ଡାବୁଗାଁ ଥାନା ପୋଲିସ କୁ ହସ୍ତାନ୍ତର କରାଯାଇଛି । ଏନେଇ ଡାବୁଗାଁ ଥାନାରେ ଏତଲା ହୋଇଛି । ଉକ୍ତ ଏତଲା କୁ ଭିତି କରି 31/26ରେ ଏକ ମାମଲା ରୁଜୁ କରି ପୋଲିସ ଯାଞ୍ଚ କରୁଛନ୍ତି । ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *