ଡାବୁଗାଁ ଲ୍ୟାମ୍ପସରେ ମୃତ ବ୍ୟକ୍ତିଙ୍କ ଜମି ଉପରେ ନକଲି ଝିଅ ନାମରେ ଚାଷୀ ପଞ୍ଜିକରଣ
ନବରଙ୍ଗପୁର :-ଡାବୁଗାଁ ଲ୍ୟାମ୍ପସ ରେ ଏମଡି ହାରିବନ୍ଧୁ ମିର୍ଗାନ ଦାୟିତ୍ୱ ନେବା ପରଠୁ ଚାଷୀଙ୍କ ଅସନ୍ତସ ବୃଦ୍ଧି ପାଉଛି।ସୂଚନାଥାଉ କି ମୃତ ବ୍ୟକ୍ତି ରୁଦ୍ରନାରାୟଣ ରାଜୁଙ୍କ ଭଉଣୀ ଆଜିକୁ 20/22ବର୍ଷ ହେବ ସେହି ଜମିର ମଣ୍ଡୀକାର୍ଡ ପାଇ ଆସୁଥିଲେ। କିନ୍ତୁ ଏମଡି ହରିବନ୍ଧୁ ମିର୍ଗାନ ହେବା ପରେ ସେହି ଜମିରେ ଜଣେ ନକଲି ଝିଅର ନା ରେ ଚାଷୀ ପଞ୍ଜିକୃତ କରା ଯାଇଛି। ବିଶେଷ ସୂତ୍ରରୁ ଜଣାପଡିଛି ଏହି ଜମି ସମ୍ପର୍କ ରେ ଅଦାଲତ ରେ କେଶ ଚାଲିଛି ତେଣୁ ଏହି ଜମିର ମଣ୍ଡି କାର୍ଡ କାହାରିକୁ ଦିଅନଯାଉ ବୋଲି ଲିଖିତ ଭାବରେ ଦାବି ହେବା ପରେ ମଧ୍ୟ। ଚଳିତ ବର୍ଷ ଆଉ ଏକ ମହିଳା ମୁନି ଚାଉଳ କାର୍ଡରେ ମୁରଲୀ ରେଲିଙ୍କ ଝିଅ ବୋଲି ଦର୍ଶାଇ ଛନ୍ତି କିନ୍ତୁ ଜାଲମାଲ କାଗଜ ପ୍ରସ୍ତୁତ କରି ନିଜକୁ ରୁଦ୍ର ନାରାୟଣ ରାଜୁଙ୍କ ଝିଅ ବୋଲି ଦାବି କରିବାରୁ ଲ୍ୟାମସ ରେ ମଣ୍ଡିକାଡ଼ ପ୍ରସ୍ତୁତ କରାଯାଉଛି।
ମୃତ ବ୍ୟକ୍ତିଙ୍କ ନାମରେ ପଟା ଥିଲେ ପଟା ପରିବର୍ତ୍ତନ କିମ୍ବା ଲିଗାଲହେର ସାର୍ଟିଫିକେଟ ନ ଥିଲେ ଚାଷୀ ପଞ୍ଜିକରଣ ସରକାରଙ୍କ ନିର୍ଦେଶ ଥିବା ସତ୍ୱେ କିପରି ପଞ୍ଜିକରଣ କରାଗଲା। ବର୍ତ୍ତମାନ ଡାବୁଗାଁ ତହସିଲଦାର ଏବଂ ଡାବୁଗାଁ ଆରଏଇ ଏହା ଉପରେ କିଭଳି ପଇସଲା ଦେବେ ଦେଖୁବାକୁ ବାକି ରହିଲା। ଡାବୁଗାଁ ଲ୍ୟାମସ ରେ ଏଭଳି ଅନେକ ଘଟାଲା ଅଛି ମାଖିରେ ମଧ୍ୟ ସାର ହେରାଫେରୀ ବିଷୟରେ ବିଭିନ୍ନ ଗଣମାଧ୍ୟରେ ଡାବୁଗାଁ ଏମଡି ଙ୍କ ନାମରେ ପ୍ରକାଶିତ ହୋଇଥିଲା। ଏସବୁ ମାମଲାର ଜିଲ୍ଲାସ୍ତରୀ ତଦନ୍ତ ହେବା ଅବଶ୍ୟ ଅଛି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର
