ଫସଲ ନଷ୍ଟକୁ ନେଇ ଚିନ୍ତାରେ ଚାଷୀ
ନନ୍ଦାହାଣ୍ଡି,୨୮|୯ ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର ରିପୋର୍ଟ୍ : ୩ ଦିନର ଲଗାଣ ବର୍ଷା ସହ ଇନ୍ଦ୍ରାବତୀ ଡ୍ୟାମର ୩ଟି ଗେଟ ଖୋଲିବା ପରେ ନନ୍ଦାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ସିନ୍ଧିଗୁଡା ପଞ୍ଚାୟତରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ସାନଡାଇଭଟ, ବଡ଼ଡାଇଭଟ,
ନୂଆଗଡ଼ରେ ପାଣି ଜମି ରହିଛି| ସିନ୍ଧିଗୁଡା ଆଶ୍ରୟସ୍ଥଳୀରେ ୬୦୦ରୁ ଊର୍ଦ୍ଧ୍ବ ବିପନ୍ନ ରହିଛନ୍ତି । ସେହିପରି ବି. ମାଳିଗୁଡା ପଞ୍ଚାୟତର କଦମଗୁଡା, ପରଜା ମିନିଗୁଡି ପାଇକ ମିନିଗୁଡି,
ମାଳିଗୁଡା ଧାକଡ଼ ସାହିର ୧୫ରୁ
ଊର୍ଦ୍ଧ୍ବ ପରିବାରକୁ ନିଷଣାହାଣ୍ଡି କଲେଜରେ ରଖାଯାଇଛି।
ଶୁଖିଲା ଓ ରନ୍ଧା ଖାଦ୍ୟ ବିପନ୍ନଙ୍କୁ
ଦିଆଯାଉଥିବା ବେଳେ ଏହାର ମାନ ତଦାରଖ କରୁଛନ୍ତି ନନ୍ଦାହାଣ୍ଡି ତହସିଲଦାର ଓ ରାଜସ୍ବ ଅଧିକାରୀ । ପ୍ରତି ପଞ୍ଚାୟତ ଓ ରାଜସ୍ବ ଗ୍ରାମକୁ ଯାଇ ବନ୍ୟା ପରିସ୍ଥିତି ଉପରେ
ନଜର ରଖିଛନ୍ତି | ବନ୍ୟା ଜଳ ନିଷ୍କାସନ ପରେ ଧାନ, ମକା, ଆଖୁ ବହୁ ପରିମାଣରେ ନଷ୍ଟ ହୋଇଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଶୀଘ୍ର କ୍ଷୟକ୍ଷତି ଆକଳନ କରିବାକୁ ଚାଷୀ ଦାବି
କରିଛନ୍ତି । ସିନ୍ଧିଗୁଡା ଓ ବି. ମାଳିଗୁଡା ପଞ୍ଚାୟତରେ ବ୍ୟାପକ ଚାଷ ଜମି ନଷ୍ଟ ହୋଇଛି।
