ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ

ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ

 

ନବରଙ୍ଗପୁର:-ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଡାବୁଗାଁ ଅଞ୍ଚରେ ପାଳିତ ହୋଇ ଯାଇଛି ଏହି ଅବସରରେ ଡାବୁଗାଁ ଠାରେ ଗୋବର୍ଦ୍ଧନ ବାବାଙ୍କ ଭକ୍ତ ମାନେ ନବାନ୍ନ ଭୋଗ କରିଛନ୍ତି। ଦୁଇଦିନ ବ୍ୟାପୀ ପୂଜା ଅର୍ଚ୍ଚନା ଓ ଯଜ୍ଞ ରାମ ଭକ୍ତ ଗୋବର୍ଦ୍ଧନ ବାବା ଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର, ଗଣେଶ ନାୟକ, ବଳରାମ ଗୌଡ଼,ଲକ୍ଷ୍ମଣ ମାଝୀ, ଡମ୍ବରୁ ଭତ୍ରା, ରଘୁ ଗୌଡ଼, ନରହରି ଭତ୍ରା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ଉପସ୍ଥିତ ଥିଲେ। ଧିରେ ଧିରେ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଶ୍ରୀରାମ ଭକ୍ତ ଙ୍କ ଏହି ସ୍ବତନ୍ତ୍ର ସଂପ୍ରଦାୟ ପ୍ରତି ଲୋକ ଙ୍କ ଆସ୍ଥା ବଢୁଛି। ଗୋବର୍ଦ୍ଧନ ବାବା ଙ୍କ ଉଦ୍ୟମ ରେ ଅନେକ ମୂଳ ନିବାସୀ ରାମନାମୀ ଦିକ୍ଷା ରେ ଦିକ୍ଷୀତ ହେଉଛନ୍ତି। ବାବା ହିନ୍ଦୁ ମହାସଂଘ ର ରାଜ୍ୟ ଗୋ ରକ୍ଷା ପ୍ରମୁଖ ମଧ୍ୟ ଅଟନ୍ତି।ଏମାନଙ୍କ ସ୍ବତନ୍ତ୍ର ବସ୍ତ୍ର ପରିଧାନ ଏବଂ ନିୟମ ଏମାନଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଭଗବାନ ଶ୍ରୀରାମ ଙ୍କ ଭଜନ କୀର୍ତ୍ତନ ଏବଂ ଅନନ୍ୟ ଭକ୍ତି ଏବଂ ଶ୍ରୀରାମ ରାଜ୍ୟ ପ୍ରତିଷ୍ଠା ର ସଂକଳ୍ପ ସଂପୂର୍ଣ୍ଣ ଉଚ୍ଚକୋଟୀର ଅଟେ। ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ଶ୍ରୀ ରାମ ଭକ୍ତ ଙ୍କ ଭୂମିକା ଅତୁଳନୀୟ ଅଟେ।।ରିପୋଟ ପ୍ରିୟଦର୍ଶିନୀ ପାତ୍ର,ନବରଙ୍ଗପୁର

Leave a Reply

Your email address will not be published. Required fields are marked *