ଲମତାପୁଟ – ଏଇ ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଟାମପୁଟ ଠାରେ ଜୋନାଲ ସ୍ତରୀୟ କ୍ରୀଡା ଉଦଯାପିତ ହୋଇ ଯାଇଛି l ଉନ୍ନତ ଉଚ୍ଚ ବିଦ୍ୟାଳୟ ସଗର,ଜଳାହାଞ୍ଜର, ବାଲେଲ, ଗୋଡିହାଞ୍ଜର ଏବଂ ମାଟମପୁଟ ବିଦ୍ୟାଳୟର ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ଏଥିରେ ଯୋଗ୍ୟ ବିବେଚିତ ପାର୍ଥୀ ମାନଙ୍କୁ ଆସନ୍ତା ବ୍ଲକ ସ୍ତରୀୟ କ୍ରୀଡାରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦିଆଯିବ l ଲମତାପୁଟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଶିବାନୀ ମୁଦୁଲି ମୁଖ୍ୟବକ୍ତା ଓ ଗୁନେଇପଡl ସରପଞ୍ଚ ଶ୍ରୀମତୀ ଭାବି ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗାଁ ଗ୍ରାମଦେବତୀ ପୀଠରୁ ମଶାଲ ଅଣାଯାଇ କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ସଗର କ୍ରୀଡା ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରୁଥିଲେ l ସମାଜସେବୀ ଶ୍ରୀ ଉରେନ୍ଦ୍ର ନାୟକ, ବରିଷ୍ଟଶିକ୍ଷକ ଶ୍ରୀ ରାମଚନ୍ଦ୍ର ମlଣ୍ଡି ସମେତ ଵହୁ ମାନ୍ୟଗଣ ବ୍ୟକ୍ତି ବିଶେଷ କ୍ରୀଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଶେଷରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷ ଏବଂ କ୍ରୀଡା ଶିକ୍ଷକମାନଙ୍କୁ ବିଦ୍ୟାଳୟର ଅଧ୍ୟକ ଡ଼. ସିମାଞ୍ଚଳ ମଲିକ ଧନ୍ୟବାଦ ପ୍ରଦାନ କରିଥିଲେ l
ଲମତାପୁଟ – ଏଇ ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଟାମପୁଟ ଠାରେ ଜୋନାଲ ସ୍ତରୀୟ କ୍ରୀଡା ଉଦଯାପିତ ହୋଇ ଯାଇଛି l
