୭୦ ବର୍ଷୀୟା ବୃଦ୍ଧା ଜୀବନରେ ଥରେ ବି ଦେଇନାହାନ୍ତି ଭୋଟ ନାହିଁ ଭୋଟ କାର୍ଡ ନାହିଁ ଆଧାର କାର୍ଡ

ତେନ୍ତୁଳୀଖୁଣ୍ଟି, ୧୯/୮ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଛାରପଦର ଗାଁ ମାତ୍ର ୧୮ଟି ପରିବାରର ବସବାସ କରନ୍ତି I ଆଜି ବି ଏଠାକୁ ପହଞ୍ଚୁବା ପାଇଁ ନାହିଁ ଭଲ ରାସ୍ତାଟିଏ ପଥର, ଗୋଡ଼ି, ଖାଲ ଖମା କୁ ସରୁ ରାସ୍ତା ବର୍ଷାଦିନେ ବାଇକ୍ ଯିବା ବି କଷ୍ଟକର ବିକାଶର ଦାବି ଏଠାରେ ପହଞ୍ଚୁନାହିଁ ଆଉ ସେହି ଅବହେଳାର ଜୀବନ୍ତ ପ୍ରମାଣ ତୁଳସା ସାନ୍ତା ବୟସ ୭୦ ବର୍ଷା ମୃତ୍ୟୁର ଦ୍ଵାର ଦେଶ ରେ ପହଞ୍ଚୁଥ‌ିବା ଜୀବନ କିନ୍ତୁ ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି ଗୋଟିଏ ବି ଭୋଟା | ଗୋଟିଏ ବି ଆଙ୍ଗୁଠିରେ କାଳି ଲାଗିନାହିଁ ଗୋଟିଏ ବି ଥର ଗଣତନ୍ତ୍ରର ପର୍ବ ରେ ସାମିଲ ହୋଇପାରିନାହାନ୍ତି ତୁଳସା I କାରଣ

ତାଙ୍କ ପାଖରେ ନାହିଁ ଭୋଟର କାର୍ଡ ଭୋଟର ତାଲିକାରେ ନାହିଁ ନାମ | କେବଳ ଭୋଟ ନୁହେଁ ତୁଳସାଙ୍କ ପାଖରେ ଆଧାର କାର୍ଡ ବି ନାହିଁ ଆଉ ସେହି ଗୋଟିଏ ଦସ୍ତାବିଜ ନଥିବାରୁ ସରକାରଙ୍କ ପ୍ରାୟ ସମସ୍ତ ଯୋଜନାରୁ ସେ ବଞ୍ଚିତ ବାର୍ଦ୍ଧକ୍ୟ ପେନସନ, ବିଧବା ପେନସନ, ରାସନ, ଆବସ ଯୋଜନା ସବୁକିଛି ତାଙ୍କ ପାଇଁ କେବଳ ସ୍ଵପ୍ନ I ପ୍ରାୟ ୩୦ ବର୍ଷ ତଳେ ସ୍ଵାମୀ ସଲପା ସାନ୍ତାଙ୍କ ମୃତ୍ୟୁ ମୃତ୍ୟୁ ପରେ ଏଣେତେଣେ ବୁଲି ଜୀବନ ବିତାଇଛନ୍ତି ତୁଳସା Iଗତ ୧୦ ବର୍ଷ । ହେଲା ବଡ଼ଝିଅ ଚଞ୍ଚଳା ସାନ୍ତାଙ୍କ ଘରେ ଆଶ୍ରୟ ନେଇଛନ୍ତି I ଝିଅ ତାଙ୍କୁ ଖାଇବା ସହ ଦେଖାଶୁଣା କରୁଛି। କିନ୍ତୁ, ମାର ମନରେ ଗୋଟିଏ କଷ୍ଟ ରହିଛି ମୃତ୍ୟୁ ପୂର୍ବରୁ ଥରେ ହେଲେ ବି ଭୋଟ ଦେବାର ସ୍ୱପ୍ନ ବାରମ୍ଵାର ସରକାରୀ

କାର୍ଯ୍ୟାଳୟ, ଅଧୁକାରୀ, ବିଭିନ୍ନ ଦପ୍ତର ସବୁଠି ଦୌଡ଼ିଛନ୍ତି କିନ୍ତୁ କେହି ସମାଧାନ କ ରି ନାହାନ୍ତି ବୋଲି ଗ୍ରାମବାସୀ ମଧ୍ୟ ଅଭି ଯୋଗ ଆଣିଛନ୍ତି। ଏହାକୁ ନେଇ ଗାଁର ବି ଏଲ ଓ ଚକ୍ରଧର ଗୌଡ଼ କହୁଛନ୍ତି ବ ର୍ଷ ମାନ ଏସ ଆଇ ଆର କାର୍ଯ୍ୟକ୍ରମ ଚାଲିଛି ତାଙ୍କର କୌଣସି ସରକାରୀ ଦସ୍ତାବିଜ ନଥୁବାରୁ ନାମ

ଯୋଡ଼ାଯାଇନଥିଲା ଖୁବଶୀଘ୍ର ତାଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ବୋଲି ଉତ୍ତର ଦେଇଥିଲେ I ତେନ୍ତୁଳୀଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ସମସ୍ତ.. ନାଗରିକଙ୍କ ଭୋଟ ଦେବା ଅଧିକାର ଥିବା କହି ତୁରନ୍ତ ତୁଳସାଙ୍କ ସମସ୍ୟା ସମାଧାନ କରା‌ଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *