ପାହାଡ଼ ରାସ୍ତାରେ ୫ କି.ମି. ଦୂର ସ୍କୁଲ, ଅଙ୍ଗନୱାଡି ଯାଉଛନ୍ତି ଛାତ୍ରୀଛାତ୍ର
ନନ୍ଦପୁର /ପାଡ଼ୁଆ, ୨୧/୮
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅଧୀନ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଦୁର୍ଗମ ଖ୍ନବର ପଞ୍ଚାୟତର ଡକରିପଦର ଗାଁକୁ ବିକାଶ ଅପହଞ୍ଚ ରହିଛି। ୮୦ ପରିବାର ଓ ୪୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ରାସ୍ତା ନାହିଁ। ଗାଁରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ୪୫ରୁ ଉର୍ଦ୍ଧ ଶିଶୁ, ଛାତ୍ରୀଛାତ୍ର ଦୈନିକ ୫ କି.ମି. ଦୂର ପାହାଡ଼ିଆ ରାସ୍ତାରେ ଚାଲି କୋନାସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ୨୦ ଶିଶୁ ପୋଷଣ, ପ୍ରାକ୍ ଶିକ୍ଷା ଓ ୨୫ ଛାତ୍ରୀଛାତ୍ର ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ଡକରିପଦର ଗ୍ରାମବାସୀ ରାସ୍ତା, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଏ ସମ୍ପର୍କରେ ଗୁରୁବାର ଗ୍ରାମବାସୀ ମିଳିତ ଭାବେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ
(ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର)
ଭେଟି ଗ୍ରାମର ଅସୁବିଧା ନେଇ ଅବଗତ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ସ୍ଥାନୀୟ ବିଡିଓ ଦୁର୍ଗାପ୍ରସାଦ ଦୋରାଙ୍କୁ ଫୋନ ଯୋଗେ ଗ୍ରାମ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ୱାର୍ଡ ସଭ୍ୟ ସୁବତି ପାଙ୍ଗୀ, ପଞ୍ଚାୟତ ସରପଞ୍ଚ ଭୀମ ଖୁଲ, ସମିତିସଭ୍ୟ ଘାସି ପାଙ୍ଗୀ, ଡକରିପଦର ଗ୍ରାମର ମୁଙ୍ଗୁରି ପାଙ୍ଗୀଙ୍କ ସୂଚନା ମୁତାବକ ଡକରିପଦର ଗାଁକୁ କିରାମ୍ବ ପଟୁ ମାଟିରାସ୍ତା ଥିଲେ ସୁଦ୍ଧା ପଞ୍ଚାୟତ ସଦର ମହକୁମା ଶୂନବର, ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟକୁ ଯିବାକୁ ଅଦ୍ୟାବଧ୍ ରାସ୍ତା ନିର୍ମାଣ ହୋଇନାହିଁ I ଛାତ୍ରୀଛାତ୍ର ୫ କି.ମି. ଦୂର ପାହାଡ଼ ଡେଇଁ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ବିପଦସଙ୍କୁଳ ପାହାଡ଼ ରାସ୍ତାରେ ଜଙ୍ଗଲୀ ପାହାଡ ରାସ୍ତାଦେଇ ଛାତ୍ରୀଛାତ୍ର ସ୍କୁଲକୁ ଯାଉଛନ୍ତି ।
ଜନ୍ତୁ ଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଗାଁରେ ଥିବା ଏକମାତ୍ର ନଳକୂପ ମାସାଧିକ କାଳ ହେବ
ଅଚଳ ରହିଛି। ତଳସାହିକୁ ରାସ୍ତା ନ ଥିବାରୁ ନଳକୂପ ଖନନ ହୋଇପାରୁନାହିଁ ଲୋକେ ଟୁଆପାଣି ବ୍ୟବହାର କରୁଛନ୍ତି । ଗାଁର ୨୯ ଶିଶୁ, କିଶୋରୀ ଓ ବୃଦ୍ଧାଙ୍କ ଆଧାରକାର୍ଡ ନାହିଁ I ଆଧାର ନ ଥିବାରୁ ସମସ୍ତେ ଚାଉଳ, ଭତ୍ତା ଆଦି ସୁବିଧାରୁ ବଞ୍ଚିତ ଅଛନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ରୋଗୀଙ୍କୁ ଭାରରେ ବୋହି ନିଆଯାଉଛି | ଗାଁର ସମସ୍ତ ସମସ୍ୟା ନେଇ ଗ୍ରାମବାସୀ ଓ ପଞ୍ଚାୟତ ପକ୍ଷରୁ ବ୍ଳକ ପ୍ରଶାସନକୁ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନ ଥିଲେ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଜିଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି। ବିଡିଓ ଦୋରା ଦିନେ ଦୁଇ ଦିନ ମଧ୍ୟରେ ବ୍ଲକ ଅଧୀନ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଡକରିପଦର ଗାଁ ପରିଦର୍ଶନ କରିବେ। ଗ୍ରାମବାସୀଙ୍କ ସହ ଆଲୋଚନାକରି ସମସ୍ୟାଗୁଡ଼ିକର ସମାଧାନ କରିବା ବ୍ୟବସ୍ଥା କରିବେ ବୋଲି କହିଛନ୍ତି।
