District

ପାରଳାଖମୁଣ୍ଡି ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବଜ୍ରାଘାତରେ ପୋଡି ଯାଇଥିବା ଟ୍ରାନ୍ସଫର୍ମରକୁ ବଦଳା ଗଲା

ପାରଳାଖମୁଣ୍ଡି ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବଜ୍ରାଘାତରେ ପୋଡି ଯାଇଥିବା ଟ୍ରାନ୍ସଫର୍ମରକୁ ବଦଳା ଗଲା

ପାରଳାଖେମୁଣ୍ଡି:(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ କାଳବୈଶାଖୀଜନିତ ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଘଟଣାରେ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କ ହସ୍ତକ୍ଷେପ ଯୋଗୁଁ ନୂତନ ଟ୍ରାନ୍ସଫମର ଲାଗିବା ସହ ଲୋକଙ୍କ ଦୁଃଖ ଦୂର ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, କାଳବୈଶାଖୀଜନିତ ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଫଳରେ ଗତ ୧୮ ଦିନ ହେଲା ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ସନ୍ଧିସାହି ଗ୍ରାମରେ ବିଦ୍ୟୁତ ସରବରାହ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା. ବର୍ତ୍ତମାନର ପ୍ରଚଣ୍ଡ ରୌଦ୍ରତାପଜନିତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସହ୍ୟ ଗରମ ଓ ଗୁଳିଗୁଳି ସମୟରେ ଟ୍ରାନ୍ସଫମର ପୋଡିଯିବା କାରଣରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ ବନ୍ଦ ରହିବା ଯୋଗୁଁ ସିନ୍ଧି ସାହି ଗ୍ରାମବାସୀ ବିନା ବିଦ୍ୟୁତରେ ବହୁ ଦୁଃଖ କଷ୍ଟ ପାଉଥିଲେ. ସମ୍ପୃକ୍ତ ଘଟଣା ପାରଳାଖେମୁଣ୍ଡି ଠାରେ ଥିବା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁ ଜାଣିବା ପରେ ତୁରନ୍ତ ଟ୍ରାନ୍ସଫର୍ମର ଲଗେଇବା ପାଇଁ ନିର୍ଦେଶ ଦେଇଥିଲେ. ଆଜି ସିନ୍ଧି ସାହି ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ଲଗାଯାଇ ବିଦ୍ୟୁତ ସରବରାହ ଆରମ୍ଭ ହୋଇଯାଇଛି. ବିଦ୍ୟୁତ ସରବରାହ ଆରମ୍ଭ ହେବା ପରେ ଗ୍ରାମବାସୀଙ୍କ ଠାରେ ଆନନ୍ଦ ପ୍ରକାଶ ପାଇଛି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button