ଡାବୁଗାଁ ଅଂଚଳରେ ଜଳକଷ୍ଟ ଦୂର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟରତ SEM ମାନେ

*ଡାବୁଗାଁ ଅଂଚଳରେ ଜଳକଷ୍ଟ ଦୂର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟରତ SEM ମାନେ*
ନବରଙ୍ଗପୁର:-ଡାବୁଗାଁ ଅଂଚଳରେ ବର୍ତ୍ତମାନ ଦିନରେ ତାପମାତ୍ରା 40/45 ଡିଗ୍ରୀ ରହୁଥିବା ବେଳେ ମଧ୍ୟ ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟରତ SEM ମାନେ। ଏମାନଙ୍କ କାର୍ଯ୍ୟ ପ୍ରକୃତରେ ପ୍ରଶଂସନୀୟ କାରଣ ଖରା ବର୍ଷା ଶୀତରେ ନିରନ୍ତର ସେବା ଯୋଗାଇ ଲୋକଙ୍କ ପାନୀୟ ଜଳ କଷ୍ଟ ଦୂର କରିବା ପାଇଁ ସବୁବେଳେ ତତ୍ପର ରୁହନ୍ତି। ସ୍ୱଳ୍ପ ବେତନରେ ମଧ୍ୟ ନିଜର କାର୍ଯ୍ୟ ସୁଚାରୁରୂପେ କରି ଲୋକଙ୍କୁ ଜଳ ସଙ୍କଟ ରୁ ଦୁରେଇ ରଖିବା ପାଇଁ ସବୁ ସମୟରେ ପ୍ରୟାସ ଜାରି ରଖି ଜଳ ଜଗାଉଛନ୍ତି ଆମ ଅଂଚଳର ଗାଁ ଗହଳିରେ। ଏମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଇ ଯଦି ଆଗାମୀ ଦିନରେ ତାଙ୍କ ପରିଶ୍ରମର ଉଚିତ ମୂଲ୍ୟ ଦେବା ସହ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରିଥାନ୍ତା ତାହା ହେଲେ ଭଲ ହୋଇ ଥାନ୍ତା ବଳି ବୁଦ୍ଧିଜୀବୀ ମାହୋଲରେ ଆଲଚନା ହେଉଛି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



