ଗୋତମୁଣ୍ଡା ରାସ୍ତାରେ ନିମ୍ନମାନର ପିଚୁ କାମ ଅଭିଯୋଗ

ଗୋତମୁଣ୍ଡା ରାସ୍ତାରେ ନିମ୍ନମାନର ପିଚୁ କାମ ଅଭିଯୋଗ
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ଝରିଗାଁ, ୨/୬ : ନବରଙ୍ଗପୁର ଜିଲ୍ଲା ଝରି ଗାଁ ବ୍ଳକର ଡ଼ାହି ମାଳ ଠାରୁ ପୋଡଶୀ ଜିଲ୍ଲା କଳାହାଣ୍ଡିର ଗୋତ ମୁଣ୍ଡା କୁ ସଂଯୋଗ କରୁଥିବା ରାସ୍ତାରେ ନିମ୍ନମାନର ପି ଚୁ କାମ ହେଉଥିବା ଅଭିଯୋଗ ହୋଇଛି । ଏତେ ପତଳାରେ ପିଚୁ ପଡିଛି ଯେ’ ବାଇକ କିମ୍ବା ସାମାନ୍ୟ ହାତ ମାରିଲେ ପିଚୁ ଉଠି ଯାଉଛି। ପ୍ରକାଶ ଯେ’ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ଵରେ ରହିଥିବାବେଳେ ଏହି ରାସ୍ତାରେ କୋଟି କୋଟି ଟଙ୍କା ବ୍ୟୟବରାଦ ହୋଇଛିଛି । ରାସ୍ତା ନିର୍ମାଣ କାର୍ଯ୍ୟ କଳାହାଣ୍ଡି ଜିଲ୍ଲାର
ଜନୈକ ଠିକାଦାର କରୁଥିବାବେଳେ କାମ ନିମ୍ନ ମାନର ହେଉଥିବା ଅଭି ଯୋଗ ହେଉଛି । ଦୁ ଇ ଜିଲ୍ଲାବାସୀଙ୍କ ଙ୍କ କହିବା ପ୍ରକାରେ, କାର୍ଯ୍ୟ ଅବଧି ଶେଷ ହେଲା ପରେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହେଉନାହିଁ ନାହିଁ I । ରାସ୍ତାରେ ମେଟାଲ ସାଙ୍ଗକୁ ମୋରମ ଦେବା ବଦଳରେ
ନାଲି ମାଟିରେ ମେଟାଲି ଙ୍ଗ କରାଯାଇଛି I ଏବେ ପିଚୁ କାମ ଜାରି ରହିଥିବାବେଳେ ନାଲି ମାଟି ଅଧା ଧୂଳି ସଫା କରି ତା ଉପରୁ ଉପରେ ଆନୁମାନିକ ୭ରୁ ୧୦ ଏମଏମ ମଧ୍ୟରେ ପି ଚୁ ପକାଯାଇଛି। ଅନ୍ୟପକ୍ଷେ ନିର୍ମାଣ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହିଥିବାବେଳେ ଠିକା ସଂସ୍ଥା ନିଜ ମୁତାବକ କାମ କରି ଆସୁଛି। ରାସ୍ତା ନିର୍ମାଣକୁ ନେଇ ଦୁଇ ଜିଲ୍ଲାବାସୀଙ୍କ ପକ୍ଷରୁ ଅନେକ ଥର ଅଭିଯୋଗ କରି ଆସୁଥିଲେ ମଧ୍ଯ ବିଭାଗୀୟଙ୍କ ଦ୍ୱାରା କୌଣସି ପଦକ୍ଷେପ ନିଆଯାଉ ନାହିଁ । ପିଚୁ କାମ ୬ରୁ ୭ କିମି ନିର୍ମାଣ ଶେଷ
ହୋଇସାରିଛି । କାମର ଅନେକ ସ୍ଥାନରେ ଆପେ ପେ ଆପେ ପିଚୁ ଉଠି ପଡ଼ୁଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ କରାଯାଇ ଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ I ଏହି ଅନିୟମିତତା ପିଚୁ କାମକୁ ପ୍ରତିବାଦ କରି କଳାହାଣ୍ଡି ବାସୀଙ୍କ ପକ୍ଷ ରୁ ବିଭାଗୀୟଙ୍କ ଦ୍ୱାରସ୍ଥ ହୋଇ ଲିଖିତ ମାଧ୍ଯମରେ ଅଭିଯୋଗ କରିଛନ୍ତି I କାର୍ଯ୍ୟ ଆଗକୁ ଠିକ ନ ହୁଏ ତାହେଲେ ରାସ୍ତା କାମ ବନ୍ଦ କରିବାକୁ ଚେତାବନୀ ଦେଇଥିବା ଜଣାପଡିଛି । ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ଦୁଇ ଜିଲ୍ଲାବାସୀ ପକ୍ଷରୁ ଦାବି ହେଉଛି।



