District

ସୁପ୍ରସିଦ୍ଧ ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ୩ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ

ସୁପ୍ରସିଦ୍ଧ ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ୩ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ

ପାରଳାଖେମୁଣ୍ଡି:୫/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ରଥଯାତ୍ରା ଅତ୍ୟନ୍ତ ପ୍ରସିଦ୍ଧ ଓ ଲୋକପ୍ରିୟ ଅଟେ. ଜୁଲାଇ୧୬ରେ ହେବାକୁ ଥ‌ିବା ଦକ୍ଷିଣର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି. ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନି ରଥ ନିର୍ମାଣ ପାଇଁ ପାରଳାଖେମୁଣ୍ଡି ଯୁବରାଣୀ ସୁଶ୍ରୀ କଲ୍ୟାଣି ଗଜପତିଙ୍କ ଆଗ୍ରହ କ୍ରମେ ସାଜସଜା ତଥା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଷ୍ଟୋରରୁମରୁ ତିନି ରଥର କାଠକୁ ଅଣାଯାଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି. ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ତିନି ରଥର କାଠ ଗୁଡିକୁ ବାହାର କରି ପୃଥକ ପୃଥକ ଭାବେ ନିରୀକ୍ଷଣ କରାଯାଇ ସଜା ଯାଉଛି I ରଥ ନିର୍ମାଣ କମିଟିର ଉପାଧ୍ୟକ୍ଷ ତଥା ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ରଥ ନିର୍ମାଣର ମୁଖ୍ୟ ଅଶୋକ ମହାରାଣା ଏବଂ ତାଙ୍କ ଟିମ୍ ଦ୍ବାରା ରଥ ନିର୍ମାଣ କାମ ଆରମ୍ଭ ପାଇଁ ଗତବର୍ଷର ତିନି ରଥର ବିଭିନ୍ନ ଅଂଶ ଗୁଡିକୁ ଅନୁଧ୍ୟାନ ସହ ନିରୀକ୍ଷଣ କରାଯାଉଛି | ଆଗାମୀ ଦେବସ୍ନାନ ପୁର୍ଣିମା ଠାରୁ 3 ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button