District

ଗଜପତିଜିଲ୍ଲା ର ଦେବଗିରି ପର୍ଯ୍ୟଟନ ଉନ୍ନତି ପାଇଁ ୧କୋଟି୨୩ ଲକ୍ଷ ଟଙ୍କା ବ୍ୟୟ ପାଣିରେ ପଡିଲା, ସାଧାରଣ ବର୍ଷାରେ ଭାଙ୍ଗିଲା ମୁଖ୍ୟ ପ୍ରବେଶ ଦ୍ୱାରର ଗେଟ

ଗଜପତିଜିଲ୍ଲା ର ଦେବଗିରି ପର୍ଯ୍ୟଟନ ଉନ୍ନତି ପାଇଁ ୧କୋଟି୨୩ ଲକ୍ଷ ଟଙ୍କା ବ୍ୟୟ ପାଣିରେ ପଡିଲା, ସାଧାରଣ ବର୍ଷାରେ ଭାଙ୍ଗିଲା ମୁଖ୍ୟ ପ୍ରବେଶ ଦ୍ୱାରର ଗେଟ

ପାରଳାଖେମୁଣ୍ଡି୩୧/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଦେବଗିରି ପର୍ଯ୍ୟଟନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ନିମ୍ନମାନର କରାଯିବା ଯୋଗୁଁ ୧କୋଟି୨୩ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି. ସାଧାରଣ ବର୍ଷା ଓ ପବନରେ ମୁଖ୍ୟ ପ୍ରବେଶ ଦ୍ୱାରର ଗେଟ ଭାଙ୍ଗି ପଡିବା ଘଟଣା ନେଇ ସାଧାରଣରେ ଉଦବେଗ ପ୍ରକାଶ କରାଯାଇଛି. ଅଞ୍ଚଳବାସୀ ଏନେଇ ଅଭିଯୋଗ କରିଛନ୍ତିଯେ, ଦେବଗିରି ପାହାଡ଼ରେ ପର୍ଯ୍ୟଟନର ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧ କୋଟି ୨୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା | ନିର୍ମାଣ ଦାୟିତ୍ଵ ଏନବିସିସିକୁ ଦିଆଯାଇଥିଲା । ହେଲେ ଅନୁଦାନ ମଞ୍ଜୁର ହେବାର ଦୀର୍ଘ ସମୟ ପରେ ମଧ୍ୟ ଉନ୍ନୟନ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇନ‌ଥିବା ବେଳେ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯିବା ଯୋଗୁଁ ଦେବଗିରି ପାଦଦେଶରେ ନିର୍ମିତ ମୁଖ୍ୟ ପ୍ରବେଶଦ୍ବାରରେ ଥିବା ଗେଟ ଟି ଗତ ଶୁକ୍ରବାର ରାତିରେ ହୋଇଥିବା ସାଧାରଣ ବର୍ଷା ଓ ପବନରେ ଭାଙ୍ଗି ପଡ଼ିବା ପରେ ନିର୍ମାଣ କାର୍ଯ୍ୟ କେତେଦୂର ନିମ୍ନମାନର ହୋଇଛି ତାହା ଅନୁମେୟ. ଏଥିସହ ଏହି ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯିବା ଯୋଗୁଁ ସାଧାରଣ ବର୍ଷାରେ ପ୍ରବେଶ ଦ୍ୱାରର ଗେଟଟି ଭାଙ୍ଗି ପଡ଼ିଥିଲା. ଘଟଣା ନେଇ ଭିଜିଲାନ୍ସ ବିଭାଗ ଦ୍ଉଵାରା ଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button