District

ରାଜନୈତିକ ଦଳଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ SIR ପ୍ରସ୍ତୁତି ବୈଠକ

ରାଜନୈତିକ ଦଳଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ SIR ପ୍ରସ୍ତୁତି ବୈଠକ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର , ତ।୩୦/୫

ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁଙ୍କ ଅଧକ୍ଷତାରେ ସ୍ବତନ୍ତ୍ର ସଘନ ସଂଶୋଧନ SIR ବୈଠକର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ନାର୍ଯ୍ୟ ସେପପ୍ଟେମ୍ବର ୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଭୋଟର ତାଲିକା ସଂଶୋଧନ ଯେଭଳି ତ୍ରୁଟିଶୂନ୍ୟ ଓ ସ୍ଵଚ୍ଛ ରହିବ ତା ଉପରେ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳକୁ ବୁଥ୍ ଲେଭେଲ୍ ଏଜେଣ୍ଟ (BLA) ନିୟୋଜିତ କରି ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ସହାୟତା କରିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବିଏଲଓ ମାନେ ୨୦.୫.୨୦୨୬ ରୁ ୨୮ .୬.୨୦୨୬ ମଧ୍ୟରେ ଘର-ଘର

ବୁଲି ଭୋଟର ତାଲିକାର ତଥ୍ୟ ସଂଗ୍ରହ କରିବେ। ଯାଞ୍ଚ ସମୟରେ ଯଦି କୌଣସି ଭୋଟର ଅନୁପସ୍ଥିତ ଥାଆନ୍ତି, ତେବେ ବୁଥ ସ୍ତରୀୟ ଅଧ୍ କାରୀ ସେହି ଘରକୁ ଅତି କମରେ ୩ଥର ଯିବେ ବୋଲି ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ଵାଇଁଙ୍କ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ଡ଼ ପ୍ରମୋଦ କୁମାର କୁମାର ପୃଷ୍ଟି , ଅତିରିକ୍ତ ଜି ଲ୍ଲାପାଳ ( ରାଜସ୍ଵ ) ବର୍ମନ, ମୁଖ୍ୟ ତଥା ନିର୍ବାହୀ ବି ଶ୍ଵ ଜି ତ ଉନ୍ମୟନ ଅଧିକାରୀ ଅଧ୍ୱ ଜିଲ୍ଲା

ପରିଷଦ ବିରଞ୍ଚି ନାରାୟଣ ଦର୍ବକ୍ଷନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲାର ଇ ଆର୍ ଓ, ଡେପୁଟୀ କଲେକ୍ଟର (ନିର୍ବାଚନ) ଚିନ୍ମୟ କୁ ମାର ସାହୁ ଏବଂ ସମସ୍ତ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଶ୍ରୀ କୁଞ୍ଜ ବିହାରୀ ଦାଶ ଓ ସରୋଜ କୁମାର ବେହେରା ( ବିଜେପି ) ପ୍ରମୋଦ କୁମାର ରଥ ( ବିଜେଡି ) ଶ୍ରୀ ମୁନା ତ୍ରିପାଠୀ ଓ ପ୍ରଦୀପ କୁମାର ସାହୁ (କଂଗ୍ରେସ ) ପ୍ରମୁଖ ଯୋଗ ଦେଇଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୁତି ଦେଇଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button