ଆଦିବାସୀଙ୍କ ଭରସା ଜଙ୍ଗଲଜାତ ଦ୍ରବ୍ୟ

ଆଦିବାସୀଙ୍କ ଭରସା ଜଙ୍ଗଲଜାତ ଦ୍ରବ୍ୟ
ଗୋବିନ୍ଦ ତ୍ରିପାଠୀ ,ନବରଙ୍ଗପୁର ରିପୋର୍ଟ
ଉମରକୋଟ ବ୍ଳକ ଏକ ଆଦିବାସୀ ଅଧୁଷିତ ବ୍ଳକ ଜଙ୍ଗଲ ଜାତ ହୋଇଥିବା ବେଳେ ଏହି ପ୍ରତିଶତ ଅଧିବାସୀ ମାନେ ଜିନିଷ ଉପରେ ନିର୍ଭର କରି ଜଙ୍ଗଳରୁ ସଂଗ୍ରହ କରି ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ସେଥ୍ ମଧ୍ୟରୁ କେନ୍ଦୁପତ୍ର ଜଙ୍ଗଳରୁ ସଂଗ୍ରହ କରି କେନ୍ଦୁପତ୍ର ବିଭାଗକୁ କେନ୍ଦୁପତ୍ର ବିଡ଼ା କରି ସେହି ବିଡ଼ା ହିସାବରେ ସରକାରଙ୍କୁ କେନ୍ଦୁପତ୍ର ବିକ୍ରି କରି ତାର ଉଚିତ୍ ମୂଲ୍ୟ ପାଇ ପରିବାର ପ୍ରତିପୋଷଣ କରିବାରେ ସହ ସହଯୋଗ କରିଥାନ୍ତି । ଏତଦ୍ ବ୍ୟତୀତ ଜଙ୍ଗଳରୁ ଝୁଣା, ଫଳ ମୂଳ, ଔଷଧୀୟ ଚେରମୂଳ ମୂଳୀ ସଂଗ୍ରହ, ଶାଳ ପତ୍ର ସଂଗ୍ରହ କରି ଖଲି, ଦନା ପ୍ରସ୍ତୁତ କରି ବିକ୍ରି କରି ପରିବାର ପ୍ରତିପୋଷଣ କରି ବେଶ୍ ଦି ପଇସା ରୋଜଗାର କରିଥାନ୍ତି । । ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବିଡ଼ା ପିଛା ପଇସା ଦେଉଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ କରି ଆଦିବାସୀ ମହିଳା ମାନଙ୍କ ମେରୁଦଣ୍ଡ ସୁଧାରି ବାର ପ୍ରୟାସ କରୁଛନ୍ତି । ବିଶେଷକରି କେନ୍ଦୁପତ୍ର ତୋଳାଳୀ ଏପ୍ରିଲ ଓ ମେ ମାସ ରେ କେନ୍ଦୁପତ୍ର ସଂଗ୍ରହ କରି କର୍ମଚାରୀ ମାନଙ୍କ ପାଖରେ ଜମା କରି ହିସାବ ରଖୁଥାନ୍ତି। କେନ୍ଦୁପତ୍ର ତୋଳାଳୀ ମାନେ ଗୋଟିଏ ବିଡ଼ା ରେ ୪୦ ରୁ ୪୪ ଟି ବାନ୍ଧି ଥିବାବେଳେ ୧୦୦ ବିଡ଼ା କୁ ସରକାର ୩୨୦ ଟଙ୍କା ଦେବା ସହିତ ହିତ ତୋଳାଳୀମାନଙ୍କୁ ୨୫% ବୋନସ ଦେଇଥାନ୍ତି। ଏତଦ୍ ବ୍ୟତୀତ ৪০০ ବିଡ଼ା ରୁ ଅଧୁକ ବିକ୍ରି କରିଲେ ଦୁଇ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବା ସହିତ ପ୍ରତି ତିନି ବର୍ଷକୁ ଥରେ କପଡା, ଛତା, ଚପଲ ଲ ଓ ପାଣି
ବୋତଲ ମାଗଣାରେ ଯୋଗାଇ ଥାଆନ୍ତି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବତୀ ଓ ମହିଳାମାନେ ଏକତ୍ରିତ ହୋଇ ଜଙ୍ଗଳରୁ କେନ୍ଦୁପତ୍ର ସଂଗ୍ରହ କରି ଗୋଟିଏ ସ୍ଥାନରେ ପତ୍ର ଶୁଖାଇ ବିଡ଼ା ବାନ୍ଧି କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନଙ୍କ ପାଖରେ ଜମା ଦେଇଥାନ୍ତି ଓ କଥୋପକଥନ ହୋଇ ସମ୍ପର୍କ ନିବିଡ ହୋଇଥାନ୍ତି। କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବିଡ଼ା ପିଛା କିଛି ଅଧିକ ମୂଲ୍ୟ ବୃଦ୍ଧି କରି ଆଦିବାସୀ ଯୁବତୀ ଓ ମହିଳା ମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ କେନ୍ଦୁପତ୍ର ତୋଳାଳୀ ମାନେ ଦୃଢ ଦାବୀ କରିଛନ୍ତି ।



