District

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ଭାଙ୍ଗିଲେ ଗରିବ ପରିବାର

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ଭାଙ୍ଗିଲେ ଗରିବ ପରିବାର

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର ରିପୋର୍ଟ୍

ନବରଙ୍ଗପୁର,ତ।୨୦/୫

ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅଧୀନ ବୁଆଲିବେଢ଼ା ଗାଁର ଏକ ଗରିବ ପରିବାର ଏବେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣାରେ ବସିଥିଲେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଫେରିଛନ୍ତି । ଧାରଣାରେ ବସିଥିବା ପରିବାର ର ଅଭିଯୋଗ ହେଲା ସରକାରଙ୍କ ଭୂ ଦାନ ଯୋଜନାରେ ପାଇଥିବା ୫ ଏକର ଜମିର ପଟ୍ଟା ହାତରେ ଥିଲେ ମଧ୍ୟ ସେମାନେ ନିଜ ଜମିରେ ଚାଷ କରିପାରୁ ନାହାନ୍ତି। ଜମି ଉପରେ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି

ଅକ୍ତିଆର କରି ରଖୁବା ସହ ଚାଷ କରି ବାକୁ ଦେଉନାହାନ୍ତି । ଚଳିତ ଖରିଫ ଋତୁରେ ପରିବାର ଲୋକ ନିଜ ଜମିରେ ହଳ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ବାଧା ଦିଆଯାଇଥିଲା। ଏହା ପରେ ସେମାନେ ଉମରକୋଟ ପୋଲିସ ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ପୋଲିସ ଏହାକୁ “ ସିଭିଲ କେସ” କହି ଫେରାଇ ଦେଇଥ୍ ବାରୁ ପରି ବାର ଅଧ୍ କ ନି ରାଶ ହୋଇ ନ୍ୟାୟ ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ କୁ ଆସିବା ସମୟରେ ଧାରଣାରେ ବସିଥିବା ପରିବାର କୁ ଦେଖ୍ ତାଙ୍କ ସହ ଆଲୋଚନା କରି ଉପଜିଲ୍ଲାପାଳଙ୍କୁ ଘଟଣା ର ସମାଧାନ ପାଇଁ ନି ର୍ଦେ ଶ ଦେଇଥିଲେ। ପୂର୍ବରୁ କୋର୍ଟ ରେ ଏହି ମାମଲା ଚାଲିଥିଲା ଏବଂ ପ୍ରତିପକ୍ଷ ଦାଏର କରିଥିବା ମାମଲା କୁ କୋର୍ଟ ନାକଚ କରିଥିବା ଜାଣିବାକୁ ପାଇଲେ ଏବଂ ଜମି ମାଲିକ ସ୍ୱର୍ଗତ କାର୍ତିକ ଗୌଡ଼ ଙ୍କ ପରିବାର କୁ ଦେବା ପାଇଁ ଝରୀଗାଁ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ ପରେ ମାମଲା ସମାଧାନ ହୋଇଥିଲା ଓ ଧାରଣାରେ ବସିଥ‌ିବା ଗୌଡ଼ ପରିବାର ଧାରଣା ଭଙ୍ଗ କରିଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button