ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼

ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼
*ବି.ଦ୍ରୋ:-ନବରଙ୍ଗପୁର ଜିଲ୍ଲାରେ ବିଶେଷ କରି ପେଟ୍ରୋଲ ଡିଜେଲ ଯୋଗାଣ ବାଧାପ୍ରାପ୍ତି ହେବାରେ ଲାଗିଛି*
ନବରଙ୍ଗପୁର :-ନବରଙ୍ଗପୁର ଜିଲ୍ଲାରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼। କିଛି ଦିନ ହେବ ଆମ ଅଞ୍ଚଳରେ ବିଶେଷ କରି ତେଲ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତି ହେବାରେ ଲାଗିଛି । ଏମିତି ସ୍ଥିତିରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ସହ ବିଭିନ୍ନ ସ୍ଥାନରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖିବାକୁ ମିଳିଛି । ଫଳରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି। ଖାଲି ଗାଡ଼ିରେ ନାହିଁ, ଜାରକିନ, ପାଣିବୋତଲ ରେ ମଧ୍ୟ ଲୋକମାନେ ତେଲ ନେଇ ଗଛିତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



