District

ଶିଶୁ ସୁରକ୍ଷା ଓ ଶ୍ରମିକ ଆଇନ ଦିଗହରା ଜିଲ୍ଲା ଶ୍ରମ ବିଭାଗ ନିକଟରେ ୬୫ ଶିଶୁଙ୍କ ସୂଚନା ନାହିଁ

ଶିଶୁ ସୁରକ୍ଷା ଓ ଶ୍ରମିକ ଆଇନ ଦିଗହରା ଜିଲ୍ଲା ଶ୍ରମ ବିଭାଗ ନିକଟରେ ୬୫ ଶିଶୁଙ୍କ ସୂଚନା ନାହିଁ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର ,୬/୫: ଅସହାୟ, ରୁଗଣ, ଅନାଥ ଶିଶୁଙ୍କ ଥଇଥାନ ଓ ବିପଦଜ୍ଜନକ ସ୍ଥିତିରେ କାର୍ଯ୍ୟରେ ନିୟୋଜିତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଶିକ୍ଷା ଓ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବିଭିନ୍ନ କମିଟି କାମ କରୁଛି। ଏହାସତ୍ତ୍ବେ ନବରଙ୍ଗପୁର ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଅଧିକାର, ଶିଶୁ ଶ୍ରମିକ ଆଇନ୍ ଦିଗହରା ହୋଇପଡ଼ିଛି । ୨୦୨୫ରେ ୬୫ ଜଣ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ ବିଭାଗ ଓ ଶିଶୁ ସୁରକ୍ଷା କମିଟି ଦ୍ବାରା ଉଦ୍ଧାର କରାଯାଇଥିଲା | ବର୍ତ୍ତମାନ ଏହି ଶିଶୁମାନେ କେଉଁ ସ୍ଥିତିରେ ରହିଛନ୍ତି ତାହାର ଉତ୍ତର ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ନାହିଁ| ଫଳରେ ଶିଶୁ ସୁରକ୍ଷା ଓ ଶ୍ରମିକ ଆଇନ, ଶିଶୁ ଅଧିକାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଗ୍ରାମାଞ୍ଚଳର ପିଲାମାନେ ସହରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଆସିବା ସହ ଦାଦନ

ଖଟିବାକୁ ବାହାର ରାଜ୍ୟକୁ ଯିବା ନିୟମିତ ଘଟଣା ପାଲଟିଛି। ସେଠାରେ ବିପଦଜନକ ସ୍ଥିତିରେ କାମ କରୁଛନ୍ତି। ଅନ୍ୟପଟେ ସହରାଞ୍ଚଳର ବସ୍ତି ଅଞ୍ଚଳର ର ପିଲାମାନେମଧ୍ୟ କାଖରେ ଜରି ଧରି ବିଭିନ୍ନ ଜିନିଷ ଗୋଟାଇବା, ଗ୍ୟାରେଜ, ହୋଟେଲ୍ ଓ ବିପଦ ସଂକୁଳ ସ୍ଥାନରେ କାମ କରୁଛନ୍ତି। ହେଲେ ଜିଲ୍ଲାରେ କେତେ ସଂଖ୍ୟକ ପିଲା

ଏମିତି ସ୍ଥିତିରେ କାମ କରୁଛନ୍ତି ତାହାର ସଂପୂର୍ଣ୍ଣ ତାଲିକା ଜିଲ୍ଲା ପ୍ରଶାସନ କିମ୍ବା ଏସବୁକୁ ରୋକିବା ଦିଗରେ କାମ କରୁଥିବା ସଂସ୍ଥା ଗୁଡ଼ିକ ନିକଟରେ ନାହିଁ । ଶିଶୁ ସୁରକ୍ଷା, ଅଧିକାର ପାଇଁ କାମ କରୁଥିବା ଅଧିକାରୀ ଓ ବାବୁମାନେ କେବଳ ତାଲିମ ଉପରେ ତାଲିମକୁ ନେଇ ବ୍ୟସ୍ତ ରହୁଥିବା ବେଳେ କିଭଳି ଗ୍ରାମାଞ୍ଚଳରେ ଶିଶୁ ସୁରକ୍ଷା, ଅଧିକାର ସଂପର୍କିତ ଆଇନ ବିଷୟରେ ସଚେତା ହୋଇପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟଯେ, ପ୍ରଶାସନର ର ନାକ ତଳୁ ନବରଙ୍ଗପୁରରୁ ପ୍ରତିଦିନ ନାବାଳକମାନେ ବିଭିନ୍ନ ବସରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖୁଥିଲେ ମଧ୍ୟ ନ ଦେଖିବା ଭଳି ଅଭିନୟ କରୁଛି। ଏମିତି ସ୍ଥିତିରେ ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଆଇନ ଓ ଶିଶୁ ଅଧିକାର କିଭଳି କାର୍ଯ୍ୟକାରୀ ହେବ ସହଜେ ଅନୁମେୟ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button