District

ମୁଖ୍ୟଯନ୍ତ୍ରୀଙ୍କ ରିପୋର୍ଟରେ ଭ୍ରମାତ୍ମକ ତଥ୍ୟ ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ଓ ବିସ୍ଥାପିତଙ୍କ ପାଇଁ ସୃଷ୍ଟି କରିବ ନୂଆ ସମସ୍ୟା

ମୁଖ୍ୟଯନ୍ତ୍ରୀଙ୍କ ରିପୋର୍ଟରେ ଭ୍ରମାତ୍ମକ ତଥ୍ୟ ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ଓ ବିସ୍ଥାପିତଙ୍କ ପାଇଁ ସୃଷ୍ଟି କରିବ ନୂଆ ସମସ୍ୟା

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର,୫/୫: ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ରହି ୩୬ବର୍ଷ ହେଲା ଜଳବନ୍ଦୀ ଜୀବନ ବିତାଉଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ୫ଟି ଗାଁର ୧୭୪ଟି ପରିବାର ଯାତାୟାତ ସୁବିଧା ନ ଥିବାରୁ ମଞ୍ଚାଗାଁ ପଞ୍ଚାୟତର ଗୁରୁମାଇଗୁଡ଼ା, ଝଲାଗୁଡ଼ା, ବାଗ୍ରା, ଟାଙ୍ଗଣିକୋଟ ଓ ତଲଙ୍ଗ ଗାଁର ଗ୍ରାମବାସୀ ଜୀବନ ଜୀବିକା ପାଇଁ ହୁଲି ଡଙ୍ଗାରେ ଦୈନିକ ୧୦କିମି ଜଳଯାତ୍ରା କରୁଛନ୍ତି। ଚିକିତ୍ସା ସୁବିଧା ନ ଥିବାରୁ ଡାକ୍ତରଖାନା ଯିବା ପାଇଁ ରୋଗୀ ଓ ଗର୍ଭବତୀଙ୍କୁ ଜଳଭଣ୍ଡାର ପାର ହେବାକୁ ପଡୁଛି। ଏନେଇ ଗତ ଫେବ୍ରୁଆରି ୨୮ତାରିଖରେ “ବିଚ୍ଛିନ୍ନାଞ୍ଚଳରେ ବନ୍ଦୀ ଜୀବନ” ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୋରାପୁଟ ଜିଲ୍ଲା ବାରିଣୀପୁଟରେ ଥିବା ଇନ୍ଦ୍ରାବତୀ ବେସିନ୍ ପରିଚାଳକ ଏବଂ କୋଲାବ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ରିପୋର୍ଟ ତଲବ ହୋଇଥିଲା। ଏହାର ରିପୋର୍ଟ ଖାତିଗୁଡ଼ାରେ ଥିବା ଉପର ଇନ୍ଦ୍ରାବତୀ ଡ୍ୟାମ୍ ସର୍କଲ୍ ଏବଂ ବେସିନର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଦେଇଥିବା ବେଳେ ସେଥିରେ

ସତ୍ୟତା ନାହିଁ। ଏପରି ମିଛ ରିପୋର୍ଟକୁ ସରକାର ଗ୍ରହଣ ନ କରି ଜିଲ୍ଲା ପ୍ରଶାସନ ଦ୍ବାରା ଯାଞ୍ଚ କରାଯାଉ ବୋଲି ଉପର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣପରିଷଦର ସମ୍ପାଦକ ସୁଧିର ସୁନା ଦାବି କରିଛନ୍ତି।

ରିପୋର୍ଟରେ ଅନୁସାରେ, ୧୯୯୩ରୁ

୩୧.୩.୨୦୨୨ରେ ଓଏଚପିସି ଓ ୨୦୨୨ରୁ ଉପରକୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ ପକ୍ଷରୁ ବିସ୍ଥାପିତ ଓ ବିଚ୍ଛିନ୍ନାଞ୍ଚଳବାସୀ ସେବା ଯୋଗାଇ ଆସିଥିବା ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ଦ୍ବାରା ୧୦୮ଆମ୍ବୁଲାନ୍ସ ପାୱାର ବୋଟ୍ ପୋଡାଗଡ଼ ମାଟି ଡ୍ୟାମ୍ ନିକଟରେ

କାର୍ଯ୍ୟକାରୀ ହେଉଥିବା ଦର୍ଶାଯାଇଛି। ତେବେ ଏହି ବୋଟ୍ କେବଳ କଳାହାଣ୍ଡି ଜିଲ୍ଲାର ବିସ୍ଥାପିତ ୨୫ଟି ଗାଁର ଲୋକେ ବ୍ୟବହାର କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ୫ଟି ଗାଁର ଲୋକେ ବ୍ୟବହାର କରୁନଥିବା କହିଛନ୍ତି ତଳଙ୍ଗ ଗାଁର ରାମ ମୁଦୁଲି | ନବରଙ୍ଗପୁର ଜିଲ୍ଲାର କେନ୍ଦୁଗୁଡ଼ା ନିକଟରେ ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ଉଚ୍ଚସ୍ତରୀୟ ସେତୁ ଓ କୋରାପୁଟ ଜିଲ୍ଲାରେ ଘୁଟୁଖାଲ ଲିଙ୍କ୍ କଟ୍ ଚ୍ୟାନେଲ୍ ଉପରେ ସେତୁ ନିର୍ମାଣ ପ୍ରସ୍ତାବରେ ସୀମିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ମେଗା ପାନୀୟ ଜଳ ଯୋଗାଣ ଓ ମେଗା ଜଳସେଚନ ପ୍ରକଳ୍ପ କରାଯାଉଥିବା ଚିଠିରେ ଉଲ୍ଲେଖ ରହିଛି। ଏସବୁ ପ୍ରକଳ୍ପ ସରକାରଙ୍କ ଦ୍ବାରା କରାଯାଉଛି। ଉପରଇନ୍ଦ୍ରାବତୀ ପ୍ରକଳ୍ପ ପକ୍ଷରୁ ସିଏସଆରରେ ଉନ୍ନୟନ କାର୍ଯ୍ୟ କରାଯାଉନି। ତେଣୁ ଆଜି ବି ବିଚ୍ଛିନାଞ୍ଚଳବାସୀ ଓ ବିସ୍ଥାପିତ ପାନୀୟ ଜଳ, ବିଦ୍ୟୁତ୍, ସଡ଼କ, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ସୁବିଧାରୁ ବଞ୍ଚିତ ବୋଲି ଶ୍ରୀ ସୁନା ଓ ୫ ଖଣ୍ଡ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button