ମେ’ ୨୬ରୁ ରବି ମଣ୍ଡି

ମେ’ ୨୬ରୁ ରବି ମଣ୍ଡି
ନବରଙ୍ଗପୁର,,୧/୫ ଗୋବିନ୍ଦ ତ୍ରିପାଠୀ
ଆସନ୍ତା ମେ’ ୨୬ତାରିଖରୁ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେବ ରବି ମଣ୍ଡି ୫ଟି ବ୍ଲକରେ ୬ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣାଯିବା ମୋଟ ୨୨୨୧ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି।
ନବରଙ୍ଗପୁର ଜିଲ୍ଲାରେ ୪ଟି ଲ୍ୟାମ୍ପସ୍, ୨ଟି ପାଣି ପଞ୍ଚାୟତ ଜରିଆରେ ନବରଙ୍ଗପୁର, ସିଉନିଗୁଡ଼ା, ନନ୍ଦାହାଣ୍ଡିର ସରୁଗୁଡ଼ା, କୋଷାଗୁମୁଡ଼ା ବ୍ଳକର ବଡ଼ଆମ୍ବଡ଼ା, ଉମରକୋଟ ଓ ଚନ୍ଦାହାଣ୍ଡି ବ୍ଳକର ଗିଲିଗାଁରେ ଧାନ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣାଯିବ ସମସ୍ତ ପଞ୍ଜିକୃତ ଚାଷୀଙ୍କ କ୍ଷେତ୍ର ଯାଞ୍ଚ ଆସନ୍ତା ମେ’ ୧୦ ତାରିଖ ସୁଦ୍ଧା ସମାପ୍ତ କରି ଯୋଗ୍ୟ ଚାଷୀ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଡ. ମହେଶ୍ଵର ସ୍ଵାଇଁ ସମବାୟ
ବିଭାଗର ଏଆରସିଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ରବି ମଣ୍ଡିରେ ୬୯୭୧୩,୪୬ ,କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ୧୦୫୨ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧୦୪୪ ଚାଷୀ
ଧାନ ବିକ୍ରି କରିଥିଲେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ଚଳିତ ରବି ମଣ୍ଡି ପାଇଁ ୧୧୬୯ଜଣ ଚାଷୀ
ନାମ ପଞ୍ଜୀକରଣ କରିଛନ୍ତି | ପଞ୍ଜିକୃତ ଚାଷୀଙ୍କ ଠାରୁ ୧.୫ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ମଣ୍ଡିରେ ଚାଷୀଙ୍କ ଧାନ ସଂରକ୍ଷିତ ରଖିବା ପାଇଁ ୫ଟି
ମଣ୍ଡିରେ ସ୍ଥାୟୀ ଗୋଦାମ ରହିଥିବା ବେଳେ ଗୋଟିଏ ମଣ୍ଡିରେ ଅସ୍ଥାୟୀ କଭରସେଡ୍ କରାଯାଇଛି ବୋଲି କହିଛନ୍ତି ଆରଏମସି
୨୨୨୧ ଚାଷୀ ମଣ୍ଡିରେ ବିକ୍ରି କରିବେ ଧାନ
ସମ୍ପାଦକ କପିଳେନ୍ଦ୍ର ସାସମାଲ ସମସ୍ତ ମଣ୍ଡିରେ ପିଇବା ପାଣି, ସିସିଟିଭି କ୍ୟାମେରା, ବିଦ୍ୟୁତ୍ ସେବା, ଓଜନ ମେସିନ୍, ବିଶ୍ରାମଗାର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ରହିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ୫୯୩ଜଣ ଚାଷୀ ନବୀକରଣ କରିଥିବା ବେଳେ ୧୬୨୮ ଚାଷୀ ନୂଆରେ ପଞ୍ଜୀକରଣ କରିଛନ୍ତି। ନବରଙ୍ଗପୁର ଲ୍ୟାମ୍ପସରେ ୨୩୪, ପାଣି ପଞ୍ଚାୟତରେ ୨୧୧, ନନ୍ଦାହାଣ୍ଡି ଲ୍ୟାମ୍ପସରେ ୪୧୫, ଉମରକୋଟ ଲ୍ୟାମ୍ପସରେ ୨୬୧, ମାଁ ମଙ୍ଗଳା ପାଣି ପଞ୍ଚାୟତରେ ୬୫୦, ଚନ୍ଦାହାଣ୍ଡି ଲ୍ୟାମ୍ପସରେ ୪୫୦ଜଣ ପଞ୍ଜୀକରଣ କରିଛନ୍ତି।
ସମସ୍ତ ପଞ୍ଜିକୃତ ଚାଷୀଙ୍କ ଯାଞ୍ଚ ସରିବା ପରେ ସରକାରଙ୍କ ପକ୍ଷରୁ ପ୍ଲଟ୍ ୱାରି ସାଟେଲାଇଟ୍ ସର୍ଭେ ହେବା ପରେ ଚାଷୀଙ୍କୁ ଟୋକେନ୍ ଆସିବ ବୋଲି କୁହାଯାଇଛି।



