District

ଆବାସ ଯୋଜନା ସାତ ସପନ

ଆବାସ ଯୋଜନା ସାତ ସପନ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ଝାଟିମାଟି ଚାଳ କୁଡ଼ିଆରେ ବିତୁଛି ଜୀବନ

ନନ୍ଦାହାଣ୍ଡି, ୧/୫ ସରକାରଙ୍କ

ତରଫରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଦେବାକୁ ଯୋଜନା ରହିଛି। କିନ୍ତୁ ପ୍ରଶାସନର ଅଣଦେଖା ହେତୁ ଆଜିବି ଆବାସ ଘର ପାଇବାରୁ ବଞ୍ଚିତ ଅନେକ ଯୋଗ୍ୟ ହିତାଧୂକାରୀ | ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ନିଶିନାହାଣ୍ଡି ପଞ୍ଚାୟତ କଦମ୍ବ ଗୁଡା ଗ୍ରାମର ଗଙ୍ଗାଧର ଅମନାତ୍ୟ, ସ୍ତ୍ରୀ ଚମ୍ପା ଅମନାତ୍ୟ ଓ ତାଙ୍କ ଦୁଇ ଝିଅ ଓ ଗୋଟେ ପୁଅ | ଏଯାବତ୍ ଅନନ୍ତ ପ୍ରତୀକ୍ଷାରେ ଆବାସ ଯୋଜନା I କୁଲିମଜୁରୀ କରି ଜୀବିକା ନିର୍ବାହ କରୁଥିବା ବେଳେ ଅତିଗରିବ ହୋଇଥିବାରୁ ଘର ତିଆରି କରିବାକୁ ଅସମର୍ଥ ଅଟନ୍ତି। ବହୁବାର ପ୍ରଶାସନ ନିକଟରେ ଆବେଦନ କରିଥିବା ବେଳେ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ ବୋଲି ଗଙ୍ଗାଧର କ୍ଷୋଭପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ହେବ

ମାଟିକାନ୍ଥ ଘର ଚାଳଛପର ଘରେ ପରିବାର ସହ ରହୁଛନ୍ତି। ଆଗକୁ ବର୍ଷ ଋତୁ,ବର୍ଷାଋତୁରେ ପାଣି ଗୋଳି ହୋଇ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁପଡୁଛି। କେତେବେଳେ କାଳବୈଶାଖୀ ତାଣ୍ଡବରେ ଚାଳଛପର ଉଡ଼ି ଯିବା ଭୟ ତ ବର୍ଷାରେ ଘର ଭାଙ୍ଗିଯାଇ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି।

ନିହାତି ଗରିବ ହୋଇଥିବାରୁ କୁଲିମଜୁରୀ କରି ଜୀବିକାନିର୍ବାହ କରୁଛନ୍ତି । ସରକାରଙ୍କ ତରଫରୁ କେବଳ ଚାଉଳ ୨୫ କେଜି ମିଳୁଛି। ପ୍ରଶାସନ ଦୃଷ୍ଟିଦେଇ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ଗଙ୍ଗାଧର ଅମନାତ୍ୟ ଓ ପରିବାର ବର୍ଗ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button