District

ଡ୍ରେନ ନିର୍ମାଣ କାର୍ଯ୍ୟରେ ଅନିୟମିତତା

ଡ୍ରେନ ନିର୍ମାଣ କାର୍ଯ୍ୟରେ ଅନିୟମିତତା

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ତେନ୍ତୁଳିଖୁଣ୍ଟି,ତା୧/୫ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ଇନ୍ଦ୍ରାବତୀ

ପ୍ରକଳ୍ପ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ଚାଲିଛି। ଛି। ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଓ ଡ୍ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅର୍ଥ ବ୍ୟୟ ହେଉଛି। କିନ୍ତୁ ନିର୍ମାଣ କାର୍ଯ୍ୟ ଦେଖିଲେ ରାଜସ୍ବ ବିଭାଗର ସହଯୋଗ ଅଭାବ ଯୋଗୁଁ ରାସ୍ତା ସର୍ପିଳ ହେଉଛି ନିର୍ମାଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯେନତେନ ପ୍ରକାରେ କାମ ସାରିଦେବା ଲାଗି ଚେଷ୍ଟା କରୁଛି। ବିଭାଗୀୟ ଅଧିକାରୀ ଠିକା ସଂସ୍ଥାକୁ ସହଯୋଗ କରୁଛନ୍ତି ନା ବାଧକ ହଟାଇବାକୁ ଚେଷ୍ଟା କରୁଛନ୍ତି ଜାଣି ହେଉନି| ଏଭଳି ଜାରି ରହିଲେ ଯେଉଁ ଉଦ୍ଦେଶ୍ୟରେ କାର୍ଯ୍ୟ କରାଯାଉଛି ପାଉଛି ତାହା ସମ୍ପୂର୍ଣ ବିଫଳ ହେବ। ଇନ୍ଦ୍ରାବତୀରେ ଡ୍ରେନେଜ କାର୍ଯ୍ୟ ଯେଉଁ ଭଳି ହୋଇଛି, ସମୀକ୍ଷା କଲେ

ତ୍ରୁଟି ପରିଲକ୍ଷିତ ହେବ ।ବର୍ଷା ହେଲେ ରାସ୍ତା ଉପର ପାଣି ଡ୍ରେନକୁ ଯିବା ଭଳି ବ୍ୟବସ୍ଥା ନାହିଁ। ଡ୍ରେନ ଯେଭଳି ହେଉଛି କେଉଁ ଆଡେ ନିର୍ଗମନ ବ୍ୟବସ୍ଥା ନାହିଁଡ୍ରେନ୍ ଗୋଟିଏ ପାର୍ଶ୍ବରେ କରାଯାଇଛି ତାହା ଏହା ମଧ୍ୟ ଅଧପନ୍ତରିଆ ଡିଜାଇନ୍ ସର୍କଲ କାର୍ଯ୍ୟା ଷ୍ଟେସନ ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ଅଧପନ୍ତରିଆ ନିଷ୍କାସନ ପାଇଁ କଳ ରହିଥ‌ିବ କ।ର୍ଯ୍ୟାଳୟ ଠାରୁ ପୋଲିସ ପାଇଁ କଲଭର୍ଟ ଦୁଇଟିର ଆବଶ୍ୟକତା ରହିଥ‌ିବା ବେଳେ ହେବ କି ନାହିଁ ଦ୍ବନ୍ଦ୍ବରେ ଜନ ସାଧାରଣ ।ଠିକା ସଂସ୍ଥା ସୁବିଧାବାଦୀ ନୀତି ଆପଣେଇ ଡ୍ରେନ ଅଙ୍କାବଙ୍କା କରୁଛି ତ କେଉଁଠି ଅଧାରେ ଛାଡି ଦେଇଛି। ସରକାରୀ ଜମିରେ ନିର୍ମାଣ କିମ୍ବା ରାସ୍ତା ଉପରେ ନିର୍ମିତ ଗୃହ , ଦୋକାନ ଗୃହ କରିଥିବା କିଛି ବ୍ୟକ୍ତି ସହଯୋଗ କରି ନବାରୁ ଡ୍ରେନ କାମ ଅଧାରୁ ଛାଡ଼ି ଦେଇଛି ଠିକା ସଂସ୍ଥା । ଗୋଟିଏ ପାର୍ଶ୍ଵ ଡ୍ରେନ ନିର୍ମାଣ ଟେଣ୍ଡରରେ ମୂଳରୁ ନ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ବର୍ଷା ହେଲେ

। ସମ୍ଭାବନା ରହିଛି । ବିଦ୍ୟୁତ ଘରେ ପାଣି ପଶିବା ସନ ଖୁଣ୍ଟ ଓ ବୃକ୍ଷ ଆଳରେ ସମୃକ୍ତ ଠିକା ସଂସ୍ଥା ରାସ୍ତା ଦରଖଣ୍ଡିଆ କରୁଛି ଆଉ କେଉଁଠି ନିଜ ସୁବିଧା ଅନୁଯାୟୀ ଡ୍ରେନକୁ କାହା ଦୋକାନ ଗୃହ ପଛ ପାଖ ଦେଇ ଅଙ୍କାବଙ୍କା ନିର୍ମାଣ କରୁଛି। ଇନ୍ଦ୍ରାବତୀ ବଜାରରେ ହୋଇଥିବା ସମ୍ପୂର୍ଣ୍ଣ ଡ୍ରେନେଜ ରାସ୍ତାରୁ ଏକ ଫୁଟ ତଳେ ରହିଛି। ରାସ୍ତାର ବର୍ଷା ପାଣି ଡ୍ରେନ ମଧ୍ୟକୁ ଯିବାକୁ ରାସ୍ତା ଛଡ଼ାଯାଇ ନାହିଁ। ସ୍ଥାନୀୟ ପୋଡ଼ଗଡ଼ ଛକ ନିକଟରେ ଜଣେ ବ୍ୟବସୟୀଙ୍କୁ ଉକ୍ତ ସ୍ଥାନରୁ ହଟିବା ପାଇଁ ବାଧ୍ୟ କରାଯାଉଥିବାବେଳେ ଅନ୍ୟ ବ୍ୟବସାୟୀଙ୍କ ସୁବିଧା ପାଇଁ ଷ୍ଟଲ ପଛ ପାଖରେ ଡ୍ରେନ ନିର୍ମାଣ ବିଭାଗର ପକ୍ଷପାତିତା ମନୋଭାବ ନୁହଁ କି ବୋଲି ପ୍ରଶ୍ନ ଉଠୁଛି। ପ୍ରକାଶ ଥାଉ କି ସମ୍ପୃକ୍ତ ଠିକା ସଂସ୍ଥା ନିଜ ସୁବିଧାବାଦୀ କାର୍ଯ୍ୟ ପାଇଁ ବାରଙ୍ଗପଦର ଠାକୁରାଣୀ ମନ୍ଦିର ନିକଟରେ ଯେଉଁଭଳି ରାସ୍ତା ବୁଲାଇ ନିର୍ମାଣ କରୁଛି ତାହା ଭବିଷ୍ୟତରେ ଦୁର୍ଘଟଣା ର କେନ୍ଦ୍ରବିନ୍ଦୁ ପାଲଟିବ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ନିୟମ ମୁତାବକ କାର୍ଯ୍ୟ କରାଇବା ପାଇଁ ଦାବି ହେଉଛି । ଏ ନେଇ ଅକ୍ଷଣ ଯନ୍ତ୍ରୀ ଇଂ କେ କନ୍ଧପାଣଙ୍କୁ ଜଣାଇବାରୁ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ କନିଷ୍ଠ ଯନ୍ତ୍ରୀ ଇଂ ଅରବିନ୍ଦ ପାଢ଼ୀ ସବୁ ଠିକ ଥିବା କହି କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ତାଙ୍କୁ ପଚାରିବାରୁ ବୃକ୍ଷ ଥିବାରୁ ଡ୍ରେନ ବଙ୍କେଇ ନେବାକୁ ପଡୁଛି ବୋଲି କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button