ଖର୍ଚ୍ଚ ହୋଇଛି ୩୫ କୋଟିରୁ ଊର୍ଦ୍ଧ, କିନ୍ତୁ କାମରେ ଆସୁନି

ଖର୍ଚ୍ଚ ହୋଇଛି ୩୫ କୋଟିରୁ ଊର୍ଦ୍ଧ, କିନ୍ତୁ କାମରେ ଆସୁନି
ନବରଙ୍ଗପୁର/ ଉମରକୋଟ, ୨୪/୪ ଗୋବିନ୍ଦ ତ୍ରିପାଠୀ
କୃଷିଭିରିକ ଜିଲ୍ଲାରେ ଚାଷୀଙ୍କ ଜମିକୁ ଜଳ ଯୋଗାଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚକରି ଚେକ୍ ଡ୍ୟାମ୍ ନିର୍ମାଣ କରିଥିଲେ। ଜଳ ସଞ୍ଚୟ ସହ ଖରିଫ, ରବିଋତୁରେ ଆବଶ୍ୟକ ସମୟରେ ଚାଷଜମିକୁ ଜଳସେଚନ ଏହାର ଲକ୍ଷ୍ୟ ଥିଲା । କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଏହି ଉଦ୍ଦେଶ୍ୟ ପୂରା ହୋଇପାରୁନାହିଁ। ଏଠାରେ ଜରାଜୀର୍ଘ ଓ ଭଗ୍ନ ଅବସ୍ଥାରେ ପ୍ରାୟ ସବୁ ଚେକ୍ ଡ୍ୟାମ୍ ଅଧିକାରୀମାନଙ୍କ ଦାୟିତ୍ବହୀନତା, ଠିକାଦାରଙ୍କ ପ୍ରତି ଦେଖାଉଥିବା ଅନୁରାଗ ପାଇଁ ଏପରି ଘଟୁଥିବା ବୁଦ୍ଧିଜୀବୀ ଓ ଚାଷୀ ଅଭିଯୋଗ କରିଛନ୍ତି।
ନବରଙ୍ଗପୁର ଜିଲ୍ଲାର ୧୦ ବ୍ଲକ୍ରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ପ୍ରାୟ ୧୦୦ରୁ ଊର୍ଦ୍ଧ ଚେକ୍ ଡ୍ୟାମ୍ ପାଇଁ ୭ ବର୍ଷରେ ୩୫ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଥିବା ଆର୍ଟିଆଇ ତଥ୍ୟରୁ ଜଣାଯାଇଛି। ତେବେ ଜିଲ୍ଲାର ଉମରକୋଟ, ରାଇଘର ଓ ଝରିଗାଁ ବ୍ଲକ୍ର ୧୦ଟି ଡ୍ୟାମର ତଥ୍ୟ ସଂଗ୍ରହ କରିବାରୁ କାମରେ ହୋଇଥିବା ଦୁର୍ନୀତିର ବାସ୍ନା ବାରି ହେଉଥିଲା।
ଉମରକୋଟ ବ୍ଲକ୍ରେ ବିଭିନ୍ନ ନଦୀ ଓ ନାଳରେ ଗତ ୭ ବର୍ଷରେ ଚେକ୍ ଡ୍ୟାମ୍ ନିର୍ମାଣ ବାବଦକୁ ୫ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଛି। ଉମରକୋଟ ବ୍ଲକ୍ ବଡଭରଣ୍ଡୀ ପଞ୍ଚାୟତର ନାଗି ନଦୀ, ଶାଗଯୋଡି ନାଳ, ବଡ଼କୁମାରୀ ପଞ୍ଚାୟତ ଓ ସଂସାରୀ
ପଞ୍ଚାୟତର ଉଲୁଗୁଗୁଡା, ମୁଦିଗୁଡ଼ା ଗ୍ରାମରେ ଏହି ଚେକ୍ ଡ୍ୟାମ୍ ରହିଛି । ଯାହାର ବାସ୍ତବ ଚିତ୍ର ଅତି ଶୋଚନୀୟ । ସବୁ କାମ ନିମ୍ନମାନର କରାଯାଇଛି। କେତେକ ସିମେଣ୍ଟ ଗାର୍ଡୱାଲ ଭାଙ୍ଗି ପଡିଛି, ବଳକାଗୁଡ଼ିକ ଫାଟିଯାଇଛି। କେତେକ ଚେକ୍ ଡ୍ୟାମ୍ର ଉପରମୁଣ୍ଡ ଯେଉଁଠି ପାଣି ରହିବା କଥା ସେଠି ଅଳିଆ ଆବର୍ଜନା ଭରି ରହିଛି।
ଉଲୁଶୁଗୁଡ଼ା, ମୁଦିଗୁଡା ଚେକ୍ଡ୍ୟାମ୍ ନିର୍ମାଣର ଦୀର୍ଘ ବର୍ଷ ପରେ ମଧ୍ୟ ସେଣ୍ଟ୍ରି ଖୋଲା ଯାଇନାହିଁ। କିନ୍ତୁ ଠିକାଦାରଙ୍କ ବିଲ୍ ହୋଇଯାଇଥିବା ଜଣାପଡ଼ିଛି। ଏଥିସହ ନିର୍ମାଣର ଏତେ ବର୍ଷ ପରେ ମଧ୍ୟ ପାଣି ଅଟକାଇବାକୁ ଭଲ ଭାବେ ଗେଟ୍ ମଧ୍ୟ
ନବରଙ୍ଗପୁର ଜିଲ୍ଲା ରମରକୋଟ ବ୍ଲକ୍ ସିଂସାରି ପଞ୍ଚାୟତ ଉଲ୍ଲଗୁଡ଼ାସ୍ଥିତ
ଲଗାଯାଇନାହିଁ | ନିର୍ମାଣ ସମୟରେ ଯେଉଁ କାମ କରାଯିବା କଥା ତାହା କରା ନ ଯାଇ କିଛି ବର୍ଷ ବ୍ୟବଧାନରେ ମରାମତି ନାମରେ ପୁଣି ଟଙ୍କା ଖର୍ଚ୍ଚ କରାଯାଉଥିବା ଅଭିଯୋଗ ଆସୁଛି।
କୋଷକଙ୍ଗା ରାଇଘର ପଞ୍ଚାୟତର ପଳନାପାରା ଓ ଜଡ଼ାପାରାରେ ଥିବା ଚେକ ଜ୍ୟାମ୍ର ମଧ୍ୟ ସମାନ ସ୍ଥିତି ପକନାପାରାସ୍ଥିତ ଚେକ ଡ୍ୟାମ କ।ମ ଅତି ନିମ୍ନମାନର ହୋଇଛି I ଉପରମୁଣ୍ଡ ଓ ତଳମୁଣ୍ଡ ଲଟାବୁଦାରେ ଭର୍ତ୍ତି। ଏଠାରେ ମଧ୍ୟ ସ୍ଲାବ୍ର ସେଣ୍ଟ୍ରି ଖୋଲାଯାଇନାହିଁ। ଲାଗିଥିବା ଲୁହା ଗେଟ୍ ଅବସ୍ଥା ମଧ୍ୟ ଶୋଚନୀୟ ହୋଇରହିଛି। ଊମରକୋଟ ଓ ଗାଇଘର ବ୍ଲକରେ କ୍ଷୁଦ୍ର
ଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ପ୍ରାୟ ୧୭ ବର୍ଷ ହେଲା ବିଭାଗୀୟ କାର୍ଯ୍ୟ ତଦାରଖ କରୁଛନ୍ତି। କିନ୍ତୁ ଚେକ୍ ଡ୍ୟାମ୍ର ଅବସ୍ଥା ଦେଖିଲେ ଏହି ତଦାରଖ କାମ କିପରି ହେଉଛି ତାହା ସହଜେ ଅନୁମେୟ।
ଝରିଗାଁ ବ୍ଲକ୍ର ବେଲଗାଁ ଏବଂ ଚିତାବେଡ଼ା ମଝିରେ ଥିବା ଅମର୍ଲି ନଦୀରେ ୨ ବର୍ଷ ତଳେ ଚେକ୍ ଡ୍ୟାମ୍ ନିର୍ମାଣ ହୋଇଥିଲା । ଉକ୍ତ ଚେକ୍ ଡ୍ୟାମ୍ର ପ୍ଲାଷ୍ଟର ଛାଡି ଯାଉଥିବା ବେଳେ ପାଣିକୁ ଅଟକାଇ ରଖିବା ପାଇଁ ଗେଟ୍ ମଧ୍ୟ ଖରାପ ହୋଇପଡ଼ିଛି। ତେବେ ଚାଷୀମାନେ ପାଣି ଅଟକାଇବା ପାଇଁ ଗେଟ୍ ଆଗରେ ମାଟି ପକାଇଥିବା ଦେଖିବାକୁ ମିଳିଛି। ଅତି ନିମ୍ନମାନର କାମ, ଚେକ୍ ଡ୍ୟାମ୍ ଖରାପ ହେବା
ନବରଙ୍ଗପୁର ଜିଲ୍ଲାରେ ୭ବର୍ଷରେ ନିର୍ମାଣ ହୋଇଛି ୧୦୦ରୁ ଊର୍ଦ୍ଧ ଚେକ୍ଡ୍ୟାମ୍
ନିମ୍ନମାନର କାମ ଯୋଗୁ ପାଣି ରହୁ ନ ଥିବା ଚାଷୀଙ୍କ ଅଭିଯୋଗ
ଯୋଗୁ ପାଣି ରହୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି I ଶୀତ ଆରମ୍ଭରୁ ହିଁ ଚେକ୍ଜ୍ୟାମ୍ରେ ପାଣି ଅଭାବ ଦେଖା ଯାଉଥିବାରୁ ନଦୀରେ ଜେସିବି ଲଗାଇ ଗାତ କରି ଚାଷ କରୁଥିବା ଚାଷୀ କହିଛନ୍ତି । ଚେକ୍ ଡ୍ୟାମର ଚାରିପାର୍ଶ୍ବରେ ଗାର୍ଡୱାଲ ହେବା, କିନ୍ତୁ ଗୋଟିଏ ଗୋଟିଏ ପାର୍ଶ୍ବରେ ଏ ପର୍ଯ୍ୟନ୍ତ ଗାର୍ଡୱାଲ ନାହିଁ | ଚାଷୀମାନେ ଚେକ୍ ଡ୍ୟାମ୍ ମରାମତି ସହ ଦୁର୍ନୀତିର ଯାଞ୍ଚ ପାଇଁ ଦାବି କରିଛନ୍ତି। କିନ୍ତୁ ତଦନ୍ତ ବିଭାଗୀୟ ଅଧିକାରୀଙ୍କ ବଦଳରେ ଭିଜିଲାନ୍ସକୁ ଦେଲେ ଭଲ ହେବ ବୋଲି ଚାଷୀ କହିଛନ୍ତି।
ଅଭିଯୋଗ ସମ୍ପର୍କରେ ଊମରକୋଟ ନିର୍ବାହୀ ଯନ୍ତ୍ରୀ ଚିନ୍ମୟୀ ମଲିକଙ୍କୁ ଯୋଗାଯୋଗ କରାଯାଇଥିଲେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ଏନେଇ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଯନ୍ତ୍ରୀଙ୍କୁ ନେଇ ବୈଠକ କରାଯିବ,ସ୍ଥିତି ଅନୁଧ୍ୟାନ ପରେ ଚାଷୀଙ୍କ ମତ ନିଆଯାଇ ଚେକ୍ ଡ୍ୟାମଗୁଡିକ କିଭଳି କାର୍ଯ୍ୟକ୍ଷମ ହେବ ତାହାର ବ୍ୟବସ୍ଥା ଗ୍ରହଣ କରାଯିବ ।



