ଗୁଡ଼ାରି ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ଦାବି ଜୋର୍ ଧରି ବଂଶଧାରା ଜଳ ବିବାଦ

ଗୁଡ଼ାରି ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ଦାବି ଜୋର୍ ଧରି ବଂଶଧାରା ଜଳ ବିବାଦ
ଆନ୍ଧ୍ରର ନେରେ ରଡି, କାଟ୍ରାଗାଡା ପ୍ରକଳ୍ପ ପରିଦର୍ଶନକଲା ସିପିଆଇ ଏମ୍ଏଲ୍ ଲିବରେଶନ
ଗୁଣପୁର, ୧୬/୪
ଆନ୍ଧ୍ରର ଜାଟ୍ରାଗାତା ଫେଜ୍-୨ ପ୍ରକଳ୍ପକୁ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଟିମ୍ ସବୁଜ ସଙ୍କେତ ଦେବା ପରେ ରାୟଗଡ଼ା ଜିଲ୍ଲା ଗୁଡ଼ାରି ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି । ଶନିବାର ଇସିପିଆଇ ଏମ୍ଏଲ୍ ଲିବରେଶନର ଏକ ଟିମ୍ ଆନ୍ଧ୍ରର ଉଭୟ ନେରେଡି ଓ କାଟ୍ରାଗାଡା ପ୍ରକଳ୍ପ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି । ବଂଶଧାରା ନଦୀ ଓଡ଼ିଶାରୁ ବାହାରି ଥିବାବେଳେ ଅଧିକ ଓଡ଼ିଶା ଦେଇ ପ୍ରବାହିତ ହେଉଛି । କିନ୍ତୁ ଆନ୍ଧ୍ର ଦେଇ କମ୍ ପ୍ରବାହିତ ହେଉଛି । ହେଲେ ବଂଶଧାରା ପାଣିକୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଓଡ଼ିଶା ଫେଲ୍ ମାରିଛି। ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସିପିଆଇ (ଏଏଲ୍) ଲିବରେଶନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ନେତୃତ୍ବର ଏକ ଟିମ୍ ଆନ୍ଧ୍ରର ପ୍ରକଳ୍ପ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ରେ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ଅଶୋକ
ସିପିଆଇ ଏସ୍ଏଲ୍ ଲିବରେଶନର ଏକ ଟିମ୍ ଆନ୍ଧ୍ରର ନେରେଡି ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରୁଛନ୍ତି ।
ପ୍ରଧାନ, ମହେନ୍ଦ୍ର ପରିଡା, ଅନାସିମ ଶବର, ବୃନ୍ଦାବନ ବିଡିକା ଓ ଅନ ସାମିଲ ଥିଲେ । ଅନ୍ୟମାନେ
ବଂଶଧାରା ନଦୀ ବିବାଦରେ କେନ୍ଦ୍ର ଭାଜପା ସରକାର କ୍ରମାଗତ ଭାବେ ଓଡ଼ିଶା ଉପରେ ଅନ୍ୟାୟ କରିଚାଲିଛନ୍ତି । ନିଜ ରାଜନୈତିକ ସ୍ବାର୍ଥ ସାଧନ ଲାଗି ଭାଜପା ସରକାର ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି। ବର୍ତମାନ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବ୍ୟୁନାଲରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇପଡିଛି । ରାଜ୍ୟରେ
ବିଜେଡି ସରକାର ଶାସନ ଥିବା ବେଳେ ପ୍ରତ୍ୟେକ ଜଳସେଚନ ପ୍ରକଳ୍ପ ଓ ନଦୀ ଜଳ ସୁରକ୍ଷା ଦିଗରେ ଦୂରଦର୍ଶୀ ଲକ୍ଷ୍ୟ ଓ ଓଡ଼ିଶାବାସୀଙ୍କ ସ୍ବାର୍ଥର ହିତ ଚିନ୍ତା କରିଥିବା କାରଣରୁ ଅନେକ ପଦକ୍ଷେପ ନେଇଛନ୍ତି । ବିଶେଷକରି ବଂଶଧାରା ଜଳ ବିବାଦର ସ୍ଥାୟୀ ସମାଧାନ ନିମନ୍ତେ କୌଣସି ବଡ଼ ନଦୀର ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ବାରା କେନ୍ଦ୍ରର ଅନୁମତି ଆବଶ୍ୟକ ପଢୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳରେ ଓଡ଼ିଶାର ୫୦ ପ୍ରତିଶତ ଜଳ ହକ୍କୁ କାର୍ଯ୍ୟରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ଵାରା ବଂଶଧାରା ଅବବାହିକା ଚାଷୀ, ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ
ଯୋଜନା କରି ପ୍ରାୟ ୧୨୦-ଟଙ୍କା ଅନୁମୋଦନ କରିଥିଲେ— ବର୍ତ୍ତମାନ ଭାଜପା ସରକାର ଆନ୍ଧ୍ରପ୍ରଦେଶର ସ୍ବାର୍ଥ ରକ୍ଷା ଉକ୍ତ ପ୍ରକଳ୍ପକୁ ଶୀତଳ ଫୋପାଡିଦେବା ଦୁର୍ଭାଗ୍ୟଜ ରାଜ୍ୟ ସରକାର ଟାଳଟୁଳ ବଂଶଧାରା ଅବବାହିକାର ଜନ ଚାଷୀ ଓ ପରିବେଶ ସୁରକ୍ଷା ନଦୀର ଉପରମୁଣ୍ଡରେ ସ୍ଥାୟୀ
ଯୋଜନା କାରାଯାଉ ବୋଲି ବିବୃତି ମାଧ୍ୟମରେ ଜଣାଇଛନ୍ତି ନଦୀ ଅବବାହିକାରେ ପରିସ୍ଥିତି ସୃଷ୍ଟିହେବ । ତେଣୁ ଦୃଷ୍ଟିଦେବାକୁ ଦାବି କରାଯ।ଇଛି ।



