Education

କାର୍ଯ୍ୟରତ ଶିକ୍ଷକଙ୍କ ପ।ଇ ଟିଇଟି ପରୀକ୍ଷା ବ।ଧିତାମୂଳକ

ଟିଇଟି ବାଧ୍ୟତାମୂଳକ

ନୂଆଦିଲ୍ଲୀ, ତା:୨/୯

ସରକାରୀ ବା ଅନୁଦାନପ୍ରାପ୍ତ ସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ଲାଗି ଯୋଗ୍ୟତା ପରୀକ୍ଷା ବା ଇଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ। ନଚେତ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏପରିକି ସେମାନେ ସବୁ ପ୍ରକାର ଅବସରକାଳୀନ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହେବେ ବୋଲି ସୁପ୍ରିମକୋର୍ଟ କ ହି ଛ ନ୍ତି । ଯେଉଁ ମା ନ ଙ୍କ ର ଚାକିରୀ ଅତି କମରେ ୫ ବର୍ଷ ବାକି ଅଛି ସେମାନେ ଦୁଇ ବର୍ଷ ଭିତରେ ଏହି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।

ଶିକ୍ଷକଙ୍କ ଲାଗି ଯୋଗ୍ୟତାମୂଳକ ପରୀକ୍ଷା ବା ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଟିଇଟି) ବାଧ୍ୟତାମୂଳକ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକାଧିକ ପିଟିସନର ଶୁଣାଣୀ କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଦିପଙ୍କର ଦତ୍ତ ଏବଂ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍କୁଲ ସ୍ତରରେ ଗୁଣାତ୍ମକ ଶିକ୍ଷା ଲାଗି ଯୋଗ୍ୟ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ନଚେତ ଶିକ୍ଷାର ମାନ ହ୍ରାସ ପାଇବ। ୨୦୦୯ରେ କେନ୍ଦ୍ର ସରକାର ପିଲାଙ୍କ ଲାଗି

ସୁପ୍ରିମକୋର୍ଟଙ୍କ ରାୟ

ସରକାରୀ ବା ଅନୁଦାନପ୍ରାପ୍ତ ସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ଲାଗି ଯୋଗ୍ୟତା ପରୀକ୍ଷା ବା ଇଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ । ନଚେତ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ।

ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଲାଗି ଆଇନ ପ୍ରଣୟନ କରିଥିଲେ। ଏହା ପୂର୍ବରୁ ଯେଉଁମାନେ ଶିକ୍ଷକଭାବେ ନିଯୁକ୍ତି ପାଇଛନ୍ତି ସେମାନେ ଟିଚର୍ସ ଇଲିଜିବିଲିଟି ଟେଷ୍ଟ ଦେଇ ନାହାଁନ୍ତି ସେମାନେ ଦୁଇ ବର୍ଷ ଭିତରେ ଏହି ବିଫଳ ହେଲେ ସେମାନେ ଚାକିରୀ ଛାଡ଼ିବେ ବା ବାଧ୍ୟତାମୂଳକ ଅବସର ପାଇଁ ଆ ବ ଦ ନ କରିବେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେବା ପର୍ଯ୍ୟନ୍ତ ସେମାନଙ୍କର ପଦୋନ୍ନତି ହୋଇପାରିବ ନାହିଁ।

ସଂଖ୍ୟାଲଘୁଙ୍କ ଲାଗି ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ଏହି ନିୟମ ଲାଗୁ ହେବ କି ନାହିଁ, ସେ ସମ୍ପର୍କରେ ସୁପ୍ରିମକୋର୍ଟର ଏକ ବୃହତ୍ତର ବେଞ୍ଚ ବିଚାର କରିବେ । ଉଲ୍ଲେଖ ଯୋଗ୍ୟ ଯେ, ୨୦୧୧ରେ ନ୍ୟାସନାଲ କାଉନସିଲ ଫର ଟିଚର୍ସ ଏଜୁକେସନ ( ଏନସିଟିଇ) ଶିକ୍ଷକତା ଲାଗି ଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି। ଆରଟିଇ ଆକ୍ଟ ଅନୁଯାୟୀ ଏହା କରାଯାଇଛି । କିନ୍ତୁ ସବୁ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରି ନାହାଁନ୍ତି। ୨୦୧୪ରେ ସୁପ୍ରିମକୋର୍ଟ ଆରଟିଇ ଆକ୍ଟକୁ ବୈଧ ଘୋଷଣା କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button