Entertainment

ଡାବୁଗାଁ ଜଗନ୍ନାଥ ମନ୍ଦିର କମିଟି ତରଫରୁ ଗଣେଶ ମନ୍ଦିରରେ ଗଣେଶ ପୂଜା ଏବଂ ହମ ଅନୁଷ୍ଠିତ

ନବରଙ୍ଗପୁର :- ଡାବୁଗାଁ ସଦର ମହକୁମା ସ୍ଥିତ ଗଣେଶ ମନ୍ଦିର ରେ ଆଜି 1ଘଣ୍ଟା ସମୟରେ ଜଗନ୍ନାଥ ମନ୍ଦିର କମିଟି ତରଫରୁ ଗଣେଶ ପୂଜା ଏବଂ ହୋମ ଅନୁଷ୍ଠିତ ହେଲା। ଏଭଳି ଆଜି ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା। ଆଜି ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ, ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଅନେକ ଗୁରୁତ୍ବ ବହନ କରେ । ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ।ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଆଡେ ଉତ୍ସବର ମାହୋଲ । ଡାବୁଗାଁ ବ୍ଳକର ବିଭିନ୍ନ ସ୍ଥାନ ଏପରିକି ସମସ୍ତ ସାହି ଗଳିରେ ଆୟୋଜନ କରାଯାଇଛି ପୂଜା । ବିଭିନ୍ନ ପୂଜା ପେଣ୍ଡାଲରେ ପୂଜା ପାଉଛନ୍ତି ଗଜାନନ । ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି।ସମସ୍ତ ସରକାରି ଏବଂ ବେସରକାରି ସ୍କୁଲ କଲେଜରେ ବେଶ୍ ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଛାତ୍ରଛାତ୍ରୀ ମାନେ ସ୍କୁଲରେ ପହଂଚି ବୁଦ୍ଧିଦାତାଙ୍କ ପୂଜା କରିଛନ୍ତି ।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button