DistrictGajapatiOdisha

ଗଜପତି : ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଗିରଫ କଲା କେରଳ ପୁଲିସ

ପାରଳାଖେମୁଣ୍ଡି, ୨୨/୮: ଗଜପତି ଜିଲ୍ଲାର ଅଡ଼ବାରୁ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଧରିଲା କେରଳ ପୁଲିସ |

ବାହାର ରାଜ୍ୟ ସମେତ କେରଳକୁ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଅଡ଼ବା ଥାନା ଡେକାପଙ୍କା ଗ୍ରାମର ଗଞ୍ଜେଇ ମାଫିଆ ଟୁକୁନା ପରିଚ୍ଛାକୁ ଗିରଫ କରିଛି କେରଳ ପୁଲିସ। କିଛି ଦିନ ପୂର୍ବରୁ ଗଞ୍ଜେଇ ଚାଲାଣ ବେଳେ କେରଳର ପାରିନାଡୁ ରେଳ ଷ୍ଟେସନରୁ ଅଡ଼ବା ଥାନା ଅଞ୍ଚଳର ଭକ୍ତି ସିଂ ଓ ବ୍ରହ୍ମଦାସ ନାୟକକୁ କେରଳ ପୁଲିସ ଗଞ୍ଜେଇ ସହ ଗିରଫ କରିଥିଲା I

ପଚରାଉଚରା ପରେ ଉକ୍ତ ଗଞ୍ଜେଇ ଅଡ଼ବାର ଟୁକୁନାଠାରୁ ନେଇଥିବା ମାନିଥିଲେ I ଗୁରୁବାର କେରଳ ପୁଲିସର ଏକ ଟିମ୍ ଆସି ସ୍ଥାନୀୟ ପୁଲିସ ସହାୟତାରେ ମୋବଇଲ୍ ଟ୍ରାଙ୍କି କରି ମୁଖ୍ୟ ଅଭିଯୁକ୍ତ ଟୁକୁନାକୁ ତା ଗାଁରୁ ଗିରଫ କରିଛି। ଅଭିଯୁକ୍ତକୁ ମୋହନା କୋର୍ଟରେ ହଜାର ପରେ ରିମାଣ୍ଡରେ କେରଳ ନେଇଯାଇଛି ପୁଲିସ|

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button