Education

ବିଶ୍ଵ ଚ।ଖିବ କୋରାପୁଟ ମାଣ୍ଡିଆ ର ସ୍ଵା ଦ

ବିଶ୍ୱ ଚାଖୁବ କୋରାପୁଟ ମାଣ୍ଡିଆର ସ୍ବାଦ

ଜୟପୁର, 23/8; ବିଶ୍ୱ ଚାଖୁବ କୋରାପୁଟ ମାଣ୍ଡିଆ ର ସ୍ୱାଦ। ପ୍ରଥମ ପର୍ଯ୍ୟାୟ ରେ କୋରାପୁଟ १ ୨୬୪୨ ମେଟ୍ରିକ ଟନ ଆନ୍ଧ୍ର ପ୍ରଦେଶ କୁ ଯାଇଛି। ଆଗକୁ ୧୬ ହଜାର ୮୦୦ ମେଟ୍ରିକ ଟନ ମାଣ୍ଡିଆ ଆନ୍ଦ୍ର କୁ ଯିବ । ଭାରତୀୟ ଖାଦ୍ୟ ନିଗମ ୪୦ ହଜାର ମେଟ୍ରିକ ଟନ ଉଠାଣ କରିବାର ଲକ୍ଷ ରଖୁଥ‌ିବା ବେଳେ ଏବେ ଚାଷୀ ଙ୍କ ମୁହଁରେ ହସ ଦେଖା ଦେଇଛି। ଆଗରୁ ମାଣ୍ଡିଆ ଗରିବ ଓ ଆଦିବାସୀ ମାନଙ୍କ ଖାଦ୍ୟ ଭାବେ ପରିଚିତ ଥିଲା। କିନ୍ତୁ ଏବେ ମାଣ୍ଡିଆ ସଭିଙ୍କ ପ୍ରିୟ ଖାଦ୍ୟ ହୋଇଛି। ମାଣ୍ଡିଆ ରେ ଭରପୁର ପୃଷ୍ଟି ଓ ଗୁଣ ଯୁକ୍ତ ଥିବାରୁ ମାଣ୍ଡିଆ ରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଡ଼ ବଡ଼ ସପିଙ୍ଗ ମହଲ ରେ ମିଳୁଛି। ବିଶେଷ କରି କୋରାପୁଟ ମାଣ୍ଡିଆ ରେ ଭରପୁର ପୃଷ୍ଟି ଓ ଗୁଣ ଯୁକ୍ତ ରହିଁଛି । କୋରାପୁଟ ମାଣ୍ଡିଆ ସାଧାରଣତ ଜୈବିକ ପଦ୍ଧତି ରେ ଚାଷ କରାଯାଇ ଆଗରୁ ଚାଷୀ ମାନେ 1 ଧାନ, ସୁଅ ସୁଆ, ବାଜରା ଓ ଅନ୍ୟାନ ଫସଲ କରୁଥିଲେ। ଏଇ କିଛି ବର୍ଷ ହେବ ଅନ୍ୟ ଚାଷ ଛାଡି ଚାଷୀ ମାନେ ମାଣ୍ଡିଆ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କୋରାପୁଟ ଜି ଲ୍ଲା ସାଧାରଣତ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାକାର ଜଳବାୟୁ ମାଣ୍ଡିଆ ଚାଷ ପାଇଁ ବେଶ ଅନୁକୂଳ ରହିଁଛି । ମାଣ୍ଡିଆ ଚାଷ ରେ କମ ଖର୍ଚ୍ଚ ରେ ଅଧିକ ଲାଭ ହେଉଥିବାରୁ ଚାଷୀ ମାନେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି। ଆଗରୁ ମାଣ୍ଡିଆ ବୁଣା ଯାଉଥିଲା । ସରକାର ଙ୍କ ତରଫରୁ ମାଣ୍ଡିଆ ଚାଷ ପାଇଁ ସହାୟତା ଯୋଗାଇ ଦେବା ସହିତ ଧାଡି ରେ ବୁଣିଲେ ଅଧୂକ ଅମଳ ହେବ ବୋଲି ବିଭାଗୀୟ ତରଫରୁ ଚାଷୀ ମାନଙ୍କୁ ସଚେତନ କରାଯାଉଛି । ମାଣ୍ଡିଆ ବିକ୍ରି କରିବା ପାଇଁ ବଜାରୀ କରଣ ର ସୁବିଧା ରହିଁଛି। ମଣ୍ଡି ମାଧ୍ୟମରେ ଚାଷୀ ସୁବିଧାରେ ମାଣ୍ଡିଆ ବିକ୍ରି କରି ପାରୁଛି। ଗତ ବର୍ଷ କିଲୋ ପିଛା ୪୨ ଟଙ୍କା ରେ ଚାଷୀ ମାଣ୍ଡିଆ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ଏହା ୪୮ ଟଙ୍କା ରେ ପହଁଚିଛି। ମଣ୍ଡି ରେ ମାଣ୍ଡିଆ ବିକ୍ରି କରିବା ପରେ ଚାଷୀ ଙ୍କ ବ୍ୟାଙ୍କ ଖାତା କୁ ସିଧା ସଳଖ ଟଙ୍କା ଆସୁଛି । ଯାହା ଫଳରେ ଚାଷୀ କମ ଖର୍ଚ୍ଚ ରେ ଅଧ‌ିକ ଲାଭବାନ ହେଈ ପାରୁଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button