Education

ମୁମ୍ବାଇ ରେ ଓଡିଆ ଝିଅଙ୍କ କମ।ଲ ମିସ ଟିନ ମହାରାଷ୍ଟ୍ର ହେଲେ ମଡେଲ ଅନନ୍ୟା ଦାସ

ମୁମ୍ବାଇରେ ଓଡ଼ିଆ ଝିଅଙ୍କ କମାଳ ମିସ ଟିନ ମହାରାଷ୍ଟ୍ର ହେଲେ ମଡେଲ ଅନନ୍ୟା ଦାସ

କେନ୍ଦୁଝର, 23/8: କେନ୍ଦୁଝର

ଜିଲ୍ଲା ସିମାନ୍ତବର୍ତ୍ତି ସୁନ୍ଦରଗଡ଼ ଜିଲ୍ଲାର ବରସୁଆଁର

ଅନନ୍ୟା ଦାସ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେର ହୋଇଥିବା ୟୁଏଫଏଲ ମିସ ଟିନ ମହାରାଷ୍ଟ୍ର ସୁପର ମଡେଲ ଲ ୨୦୨୫ ଗୌରବ ହାସଲ କରିଛନ୍ତି । ନୃତ୍ୟ, ସଙ୍ଗୀତ ଓ ମଡେଲିଙ୍ଗ ରେ ରୁଚି ରଖୁଥୁବା ଅନନ୍ୟା ୨୦୨୫ ମସିହା ପାଇଁ ସୁପର ମଡେଲ ସାଜିଛନ୍ତି ।ଏଥିପାଇଁ ତାଙ୍କୁ ସୁପର ମଡେଲ ମୁକୁଟ ପ୍ରଦାନ କରାଯାଇଛି। ବିଭିନ୍ନ ବିଭାଗରେ ପ୍ରତିଯୋଗିତା ରେ କଡା ଟକ୍କର ଭିତରେ ଅନନ୍ୟା ସମସ୍ତଙ୍କୁ ହରାଇ ଏକ ନମ୍ପର ସ୍ଥାନ ହାସଲ କରିଛନ୍ତି । ୧୭ ବର୍ଷୀୟ ୟ ଅନନ୍ୟା ଏବେ ନେରୂଲର ଏସିଆଇଇଏସ କଲେଜରେ ବିଏଏମଏମସି ର ଦ୍ଵିତୀୟ ବର୍ଷର ଛାତ୍ରୀ ଥିବା ବେଳେ ସେ ମୁମ୍ଦାଇର ଖାରଘର ଅଞ୍ଚଳରେ ରହୁଛନ୍ତି । ଅନନ୍ୟା ଏହି ମୁକୁଟ ଜିତିବା ପରେ ସେ ନିଜର କଠିନ ପରିଶ୍ରମ, ପରିବାରର ସପୋର୍ଟ ଓ ନିଜର ଆତ୍ମବିଶ୍ୱାସକୁ ଶ୍ରେୟ ଦେଇଛନ୍ତି । ଏହି ଉପଲବ୍ଧି ହାସଲ ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button