ବାଲିମେଳାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ।

ବାଲିମେଳା, ୧୭/୦୮: ବାଲିମେଳା ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ବାଲିମେଳାର ବିଭିନ୍ନ ସରକାରୀ ଓ଼ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଶାନ୍ତି ଶୃଙ୍ଖଳାର ସହ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି।
ବାଲିମେଳା ସହର ର ପ୍ରେସ କ୍ଲବ ଠାରେ ସଭାପତି ରବି ରଶ୍ମି ଗୁରୁ ପତାକା ଉତ୍ତୋଳନ କରିଥିବା ବେଳେ ଏନ ଏ ସି କାର୍ଯ୍ୟାଳୟ ରେ ନଗରପାଳ ପ୍ରଦୀପ କୁମାର ନାୟକ,ବିଜେଡି କାର୍ଯ୍ୟାଳୟରେ ନଗର ସଭାପତି ରାଜେନ୍ଦ୍ର କୁଳଦୀପ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିମେଳା କଲେଜ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପୋଟେରୁ ଜଳ ସେଚନ ପ୍ରକଳ୍ପ,ଓ.ଏଚ.ପିସି କାର୍ଯ୍ୟାଳୟ,ରାଜ୍ବସ ନିରୀକ୍ଷକ କାର୍ଯ୍ୟାଳୟ,ଜେ.ଇ.ଏଲ ଚର୍ଚ୍ଚ ସମେତ ବାଲିମେଳା ସହର ପରିସରରେ ଥିବା ସମସ୍ତ ଚର୍ଚ୍ଚ,ୟୁ.ଜେ.ଏମ.ଇ ସ୍କୁଲ, ବିଜେପି କାର୍ଯ୍ୟାଳୟ, ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଡେଲି ମାର୍କେଟ, ନାଲ୍ଲା ସିପ୍ରା କ୍ଲଵ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,
ଆଇ.ଏମ.ଏସ. ଟି ଇଂଲିଶ ମିଡିୟମ ସ୍କୁଲ. ଡ଼ିଏଭି ଗୁରୁକୁଲ, ସ୍ୱାମୀ ବିବେକା ନନ୍ଦ ସ୍ମାର୍ଟ ସ୍କୁଲ ବାଲିମେଳା ସହର ପରିସରରେ ଥିବା ସମସ୍ତ ସ୍କୁଲ, ଗୋପୀ ପୁଜାରି କ୍ଲଵ, ନୂତନ ବସ ଷ୍ଟାଣ୍ଡ, ଡ୍ରାଇଭର ସଂଘ କାର୍ଯ୍ୟାଳୟ, ଟିପି.ଏସ.ଓ.ଡ଼ି.ଏଲ କାର୍ଯ୍ୟାଳୟ, କାଳିଛକ,ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ,ଆକ୍ସିସ ବ୍ୟାଙ୍କ,ବଜାର ଏବଂ ଡ୍ରଗ ଲାଇନ ବଣିକ ସଂଘ,ଓରକେଲ ଥାନା ଓ ଚିତ୍ରକୋଣ୍ଡା ଆରକ୍ଷୀ ଉପଖଣ୍ଡ କାର୍ଯ୍ୟାଳୟ,ଆମ୍ବେଦକର ଛକ, ମେଡିକାଲ, ଜବାହାରଲାଲ ନୋବୋଦୟ ବିଦ୍ୟାଳୟ, ବିଶ୍ୱକର୍ମା ଶ୍ରମିକ ମିସ୍ତ୍ରୀ ୟୁନିୟନ,ଡେଲି ମାର୍କେଟ ମଜଦୂର ଖଲାସୀ ସଂଘ ଠାରେ ୭୯ ତମ ସ୍ୱାଧୀନତା ଦିବସ ଶାନ୍ତି ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି ।