ସ୍ୱୀଧୀନତା ଦିବସ ପା ଇ ଟ୍ରାଫିକ କଟକଣ।
ସାଧୀନତା ଦିବସ ପାଇଁ ଟ୍ରାଫିକ୍ କଟକଣା
ନ ମାନିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଭୁବନେଶ୍ୱର,13/7: ଚଳିତବର୍ଷ ଭୁବନେଶ୍ଵରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେବ। ଏଥିପାଇଁ ପରେଡ ଅଭ୍ୟାସ ଆରମ୍ଭହୋଇଛି। ମଙ୍ଗଳବାର ମଧ୍ୟ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ପରେଡ୍ ଏବଂ ବୁଧବାର ସକାଳ ୭ ରୁ ୧୧ଟା୩୦ ଯାଏ ପୂର୍ଣ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ। ଏଥିସହ ୧୫ ତାରିଖରେ
ପ୍ୟାରେଡ୍ ସକାଳ ୬ଟାରୁ ଆରମ୍ଭହେବାକୁ ଥିବାବେଳେ ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର ଟ୍ରାଫିକ୍ କଟକଣା ଜାରି କରାଯାଇଛି । କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ଵରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ
ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ । ହାଉସିଂବୋର୍ଡ ଛକ ପାର୍ଶ୍ବ ରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହନଗୁଡ଼ିକ କେଶରୀ ଟକିଜ୍ଠାରୁ ବାମପାର୍ଶ୍ଵ ଲେନ୍ରେ ଯିବ। ସେହିପରି ଏଜି ଛକରୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ସୂଚନା ଭବନ ଗଳି ରାସ୍ତା ଦେଇ ନମ୍ବର ପାର୍ଶ୍ଵକୁ ଯିବେ । ମହାତ୍ମାଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ଗୁଡ଼ିକରେ ଯାନବାହନ ଚଳାଚଳ ବନ୍ଦ ରହିବ। କେବଳ ପଦଚାରୀମାନେ ଚାଲି ଚାଲି ଗାନ୍ଧୀ
୧୨୦ ବାଟାଲିୟନ୍ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଏମ୍.ଏଲ୍.ଏ କଲୋନୀ ରାସ୍ତା ଦେଇ ୟୁନିଟ-୪ ଇଡ୍କଲ୍ ଅଡିଟୋରିୟମ୍ ପଟୁ ଯିବ।
ସ୍ଵାଧୀନତା ଦିବସ ଦିନ ପରେଡ୍ ସରିବା ଯାଏ ପିଏମ୍ଜି ଛକଠାରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ କୌଣସି ଗ୍ୟାସ୍ ବେଲୁନ୍ ବିକ୍ରି ହୋଇପାରିବ ନାହିଁ। ସେହିପରି ପାର୍କି” ପାଇଁ ୭ଟି ସ୍ଥାନ ମଧ୍ଯ ନିର୍ଦ୍ଧାରିତ ହୋଇଛି ।
ରେଳଷ୍ଟେଶନ ପାଖ ବିଡିଏ ବସ୍ଷ୍ଟାଣ୍ଡ, -କଂଗ୍ରେସ ଭବନ ପାଖ ଖୋଲାସ୍ଥାନ, ଇଡ୍କଲ୍ ଅଡିଟୋରିୟମ୍ ପାଖ ଖୋଲାସ୍ଥାନ, ଜୟଦେବଭବନ ସମ୍ମୁଖ ଖୋଲାସ୍ଥାନ, ୟୁନିଟ-୩ ଷ୍ଟେଟ୍ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖ ଖୋଲାସ୍ଥାନ, ରବିନ୍ଦ୍ର ମଣ୍ଡପ ହତା ଭିତର ଖୋଲାସ୍ଥାନ ଓ ୟୁନିଟ-୨ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆରେ ପାର୍କି କରାଯିବ। ନିର୍ଦ୍ଦେଶନାମା ଉଲଂଘନକାରୀଙ୍କଠାରୁ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ଧାରା ୯୬ ଅନୁଯାୟୀ ୫୦୦ କିମ୍ବା ୧୦୦୦ ଟଙ୍କା ଜରିମାନା ନିଆଯିବ