ଗୌଡଗୁଡ।ରେ ଗୁମ୍ମା ଡିଆଁ ଉତ୍ସବ
ଗୌଡ଼ଗୁଡ଼ାରେ ଗହ୍ମାଡିଆଁ ଉତ୍ସବ
ତେନ୍ତୁଳିଖୁଣ୍ଟି, 12/8: ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡ଼ଗୁଡ଼ା ଗ୍ରାମରେ
ରକ୍ଷାବନ୍ଧନ ଉତ୍ସବ ଅବସରରେ ଗହ୍ମାଡିଆଁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏହା ଦେଖିବାକୁ ଆଖପାଖ ଗ୍ରାମରୁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ | ଭଉଣୀଙ୍କ ଠାରୁ ରାଖୀ ବାନ୍ଧିବା ପରେ ଭାଇମାନେ ଗହ୍ମାଡିଆଁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସିଥିଲେ। ସର୍ପ ଆକୃତିରେ ମାଟିରେ ଏକ ଗହ୍ମା ନିର୍ମାଣ ହୋଇଥାଏ | ଯୁବକମାନେ ଦୌଡ଼ି ଆସି ଗହ୍ମା ଉପର ଦେଇ ଲମ୍ଫ ଦେଇଥାନ୍ତି । ଗହ୍ମା ସମ୍ମୁଖରେ ଏକ ବାଉଁଶ ଲାଠିରେ ଅନେକ ପ୍ରକାର ପୁରସ୍କାର ବନ୍ଧା ଯାଇଥାଏ। ଏହି ପ୍ରତିଯୋଗିତାରେ ଇନ୍ଦ୍ରାବତୀର ବାବୁନା ବିଷୋୟୀ ପ୍ରଥମ, ପଲଗୁଡ଼ା ଗ୍ରାମର ପ୍ରଦୀପ ପାତ୍ର ଦ୍ବିତୀୟ ଏବଂ ଲକିଗୁଡ଼ା ଗ୍ରାମର ମିନୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି | ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଚ୍ଚନାମୂଳକ ପୁରସ୍କାର ଦିଆଯାଇଥିଲା। ଗୌଡ଼ଗୁଡ଼ା ଗ୍ରାମର ହିମାଂଶୁ ସି, ଫକୀର ନାୟକ, ଧନୁର୍ଜୟ ଗୌଡ଼, ବାନି ସିଂ, ଗୋବଦ୍ଧନ ପାତ୍ର, ସୁଶାନ୍ତ ନାୟକ, ସଞ୍ଜୟ ସିଂ, ଉଦୟ ଦଣ୍ଡମେନା, ପିଙ୍କ ଏହି ଉତ୍ସବକୁ ପରିଚାଳନା କରିଥିଲେ ।