BusinessDIstrictEducationEntertainmentHealthNationOdishaPolitics

ଖୁଡ଼ି ପଞ୍ଚାୟତରେ ନେଟ୍‌ୱର୍କ ସମସ୍ୟା ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦେଲେ।

ସେମିଳିଗୁଡ଼ା, ୦୮/୦୮: କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଖୁଡ଼ି ଗ୍ରାମପଞ୍ଚାୟତର ୧୪–୧୫ଟି ଗାଁ ଓ ସୋରିଷପଦର ଗ୍ରାମପଞ୍ଚାୟତର ୧–୨ଟି ଗାଁରେ ଏପର୍ଯ୍ୟନ୍ତ ନେଟ୍‌ୱର୍କ ସୁବିଧା ମିଳିନାହିଁ। ଏହି ସମସ୍ୟା ସମାଧାନ ପାଇଁ ପୂର୍ବରୁ ଦୁଇଦୁଇଥର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହିତ ବ୍ଲକ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ ରଖାଯାଇଥିଲା।

ଶେଷ ଦାବିପତ୍ରରେ ଟାୱାର ଅଭାବର କଥା ଉଲ୍ଲେଖ କରାଯାଇଥିଲା ଓ ସରକାରୀ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ହେଉକୁ ଦେବୁ ନାହିଁ ବୋଲି ଅଭିଯୋଗ ଥିଲା ପରିସ୍ଥିତିର ପ୍ରତିବାଦ ସ୍ୱରୂପ ପଞ୍ଚାୟତ କାର୍ଯ୍ୟାଳୟର ଘେଟରେ ତାଲା ମାରିଥିଲେ ସ୍ଥାନୀୟ ଖୁଡ଼ି

ପଞ୍ଚାୟତବାସୀ ଆଜି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ବିଧାୟକ ରଘୁରାମ ମାଛ, ଅନ୍ୟାନ୍ୟ ବିଧାୟକ, ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଓ ବିଜେପିର ବରିଷ୍ଠ କନିଷ୍ଠ କର୍ମୀମାନେ ଖୁଡ଼ି ପଞ୍ଚାୟତର ମାଳିମାର୍ଲା ରାସ୍ତା ଦେଇ କୋଟିଆ ଜୀବା ନିମନ୍ତେ ପହଞ୍ଚିଥିଲେ। ପରେ ଭେଟି ଦାବି ପତ୍ର ଦେଇଥିଲେ ସ୍ଥାନୀୟ ଖୁଡ଼ିବାସୀ ଏବେ ନେଟ୍‌ୱର୍କ ସମସ୍ୟା ସମାଧାନର ଅପେକ୍ଷାରେ ଅଛନ୍ତି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button