BusinessDIstrictEducationEntertainmentHealthNationOdishaPolitics

ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ପାରଳାଖେମୁଣ୍ଡି, ୮/୮: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତା ରେ ପ୍ରବନ୍ଧ, ବକୃତା, ଦେଶାତ୍ମକ ବୋଦକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଦିନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ।

ଆଜିର ପ୍ରତିଯୋଗୀତାର ବିଚାରକ ମଣ୍ଡଳୀ ଭାବରେ ଶ୍ରୀ ଅମେଶ ଲିମ୍ମା, ରମାକାନ୍ତ ପଟ୍ଟନାୟକ, ମନୋଜ ପଟ୍ଟନାୟ, ପଦ୍ମନି କୁମାରୀ ପଣ୍ଡା, ଗାୟତ୍ରୀ ଦାଶ, ଇଶ୍ଵର ରାଓ ଗୁମ୍ଫା, ସୁଜ୍ଞାନୀ ପ୍ରଭା ପାଣଗ୍ରାହୀ, ସନ୍ତୋଷ କୁମାର ଶତପଥୀ, ଭବାନୀ କୁମାରୀ ଦାଶ, ମୁରଲୀଧର ପରିଛା, ସୁନୀତା ମହାରଣା ପୂର୍ଣ୍ଣ ଚନ୍ଦ୍ର ପାଲକ୍, ବବିତା ପୁରୋହିତ ଓ ବିଜୟଲକ୍ଷ୍ମୀ ପ୍ରମୁଖ ବିଚାରକ ମଣ୍ଡଳୀ ଭାବରେ ଉପସ୍ଥିତ ଥିଲେ।
ଏହି ସବୁ ପ୍ରତିଯୋଗିତାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ହେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପିଇଟି ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଓ ଶ୍ରୀ ରମାକାନ୍ତ ବରାଡ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button