BusinessDistrictEducationEntertainmentHealthKoraputNationOdishaPolitics

ଟ୍ରାକ୍ଟର ଯୋଗେ ପୋଦୁଗୁଡ। ଗ୍ରାମରେ ପହଞ୍ଚି ଲୋକଙ୍କ ଅସୁବିଧା ବୁଝିଲେ ଲକ୍ଷ୍ମୀ ପୁର ବିଧାୟକ

ଲକ୍ଷ୍ମୀପୁର, ୦୪/୦୮:ଏକ ଦୃଶ୍ୟ ଯେଉଁଥୂରେ ନେତୃତ୍ବ ଓ ଦାୟିତ୍ବ ର ସଂଯୋଗ ସୃଷ୍ଟ ବାରି ହେଉଛି । କାର୍ଯ୍ୟ କରିବାର ଇଛା ଓ ଭଲ ପାଇବାର ଆତ୍ମୀୟତା ଥୁବା ପ୍ରତିନିଧୂତ୍ବ ର ଏକ ଝଲକ୍ ଦୃଶ୍ୟମାନ ହେଉଛି । ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ଧା ଟ୍ରାକଟର ଯୋଗେ ଲୋକଙ୍କ ଅସୁବିଧା ବୁଝିବା ପାଇଁ | ପହଁଚିଲେ ପୋଦୁଗୁଡା ଗ୍ରାମକୁ। ୨୦୨୩ ଅଗଷ୍ଟ ୧୫ ତାରିଖରେ ଏହି ଗ୍ରାମ ସମସ୍ୟା ନେଇ ଏକ କୁନି ଝିଅ ଅଭିନୟ ମାଧ୍ୟମରେ ତତ୍କାଳୀନ କୃଷି ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ, ଯାହା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ସେପରି ଅନେକ ପ୍ରତିଶ୍ରୁତି ପରେ ମଧ୍ୟ, ଏହି ଗ୍ରାମର ଅବସ୍ଥାରେ କୌଣସି ଲାଭକାରୀ ପରିବର୍ତ୍ତନ ଆସିନାହିଁ। ବିଧାୟକ ଶ୍ରୀ ପବିତ୍ର ସାଉଁନା ଗ୍ରାମରେ ଥୂବା ଅସୁବିଧା ଗୁଡ଼ିକୁ ଆଲୋଚନା କରି ସରକାରୀ ସ୍ତରରେ କିଭଳି ତାହାର ସମାଧାନ ହୋଇପାରିବ ତାହା ଲୋକଙ୍କ ସହ ଆଲୋଚନା କରି ସ୍ଥିତି ପରଖୁବା ପାଇଁ ଗ୍ରାମକୁ ପହଞ୍ଚିଥିଲେ । ରାସ୍ତା ଭଲ ନଥୁବା ଯୋଗୁଁ ନିଜ ଗାଡ଼ି ପରିବର୍ତ୍ତେ ଏକ ଟ୍ରାକ୍ଟର ଯୋଗେ ଗ୍ରାମକୁ ପହଞ୍ଚି, ସେ ଲୋକଙ୍କ ସମସ୍ୟା ବୁଝିଥିଲେ। ସେ କହିଛନ୍ତି କୌଣସି ବାଧା ବିଘ୍ନ ମୁଁ ଦେଖୁବିନି, ଲୋକ ଙ୍କ ମୌଳିକ ସମସ୍ୟା ମୋ ପାଇଁ ପ୍ରଥମ ପ୍ରାଥମିକତା। ମୁଁ ସମାଧାନ ପାଇଁ ପ୍ରଚେଷ୍ଟା କରିବି।” ଏହି ଘଟଣା ଦେଖୁ ଗ୍ରାମବାସୀ ମଧ୍ଯ ଭାବୁଛନ୍ତି, ଏ ହେଉଛନ୍ତି ଏକ ପ୍ରକୃତ ଜନପ୍ରତିନିଧ୍ବ, ଯିଏ ମାଟି ଗନ୍ଧ ଏବଂ ଜନତା ଙ୍କ ଦୁଃଖକୁ ଅନୁଭବ କରି ପାରେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button