DIstrictEducationEntertainmentMalkangiriNationOdishaPolitics

ଇଲେକ୍ଟ୍ରୋନିକ୍ସ ସାମାନ ଚୋରି କରି ତିନି ଗରିଫ

ମାଲକାନଗିରି,୧୦/୦୭: ମାଲକାନଗିରି ଜିଲ୍ଲାର ବାଲିମେଳା ଦ୍ଵିତୀୟ ବଡ଼ ସହର ହୋଇଥିବା ବେଳେ ଏବେ ଏହି ଦ୍ଵିତୀୟ ଜନ ବହୁଳ ଅଞ୍ଚଳରେ ଦିନ କୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆଜି ଓର୍କେଲ୍ ପୋଲିସ ଜଣଙ୍କ ଘର କିଛି ଦିନ ବନ୍ଦ ଥିବା ଦେଖି ସେହି ଘରୁ ଇଲେ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ୩ଜଣ ଙ୍କୁ ଗିରିଫ କରିଛି।

ସୂଚନା ମୁତାବକ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ବର ୨ ନିବାସୀ ଏମ.ସୁରୀ ପ୍ରକାଶ ନାମକ ବ୍ୟକ୍ତି ଗତ ମେ ମାସ ରେ ନିଜ ପରିବାର ସହ ଆନ୍ଧ୍ର ପ୍ରଦେଶ ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିଲେ ।ସେଠାରେ କିଛି ଦିନ ରହିବା ପରେ ଚଳିତ ମାସ ୫ତାରିଖ ରେ ନିଜ ଘର କୁ ଫେରି ଥିଲେ।

ଫେରି ଦେଖିଲା ବେଳକୁ ଘର ର ମୁଖ୍ୟ କବାଟ ଭାଙ୍ଗି ଏସି ,ଲ୍ୟାପଟପ୍,ଲ୍ୟାପଟପ୍ ଚାର୍ଜର ,ପାଣି ମଟର , ଏନଭଟର ମେସିନ ,ଏନଭଟର ବ୍ୟାଟେରୀ , ଆଇରନ ବକ୍ସ ସମେତ ଅନେକ ଗୁରୁତ୍ୱପୂର୍ଣ ଜମି ଜମା କାଗଜପତ୍ର ଚୋରି ହୋଇଥିବା ଦେଖି ୬ ତାରିଖ ଦିନ ଶ୍ରୀ ପ୍ରକାଶ ଓରକେଲ ଥାନା ରେ ଲିଖିତ ଅଭିଯୋଗ କରି ଥିଲେ । ଲିଖିତ ଅଭିଯୋଗ କୁ ଆଧାର କରି ଓରକେଲ୍ ପୋଲିସ କେଶ୍ ନମ୍ବର ୧୮୫/୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ ଏସ୍ ଆଇ ମିଲନ୍ ବରିହା ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ତଦନ୍ତ କରି ଘଟଣା ରେ ସଂପୃକ୍ତ ଥିବା ସ୍ଥାନୀୟ ମେଡିକାଲ ସାହିର ଦିଲ୍ଲୀପ ନାଗ(୧୯) ଓ ଗଦବାଗୁଡ଼ା ଅଞ୍ଚଳର ଦେବରାଜ ସୁରୁଜା(୧୮) କୁ ପଚରାଉଚରା କରିବା ପରେ ଦୁଇ ଜଣ ଚୋରି କରି ଥିବା ସ୍ବୀକାର କରି ଥିଲେ ଏବଂ ରୁପେଶ ବାଘ(୨୨) କୁ ସାମଗ୍ରୀ ସବୁ ବିକ୍ରି କରି ଥିବା କହିଥିଲେ ।ପରେ ରୂପେଶ କୁ ମଧ୍ୟ ଗିରିଫ୍ କରି ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Rakesh Kumar Kuladeep (Block Reporter) Balimela

Related Articles

Leave a Reply

Your email address will not be published. Required fields are marked *

Back to top button