ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।

  1. ଡାବୁଗାଁ ଲ୍ୟାମ୍ପ ରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ହେରାଫେରି ହେଉଥିବା ଆଶଙ୍କା ବୃଦ୍ଧି ପାଉଛି। ଚାଷୀମାନେ ଲ୍ୟାମ୍ପସ୍ ଏମ୍ ଡି ହରିବନ୍ଧୁ ମିର୍ଗାନ୍ ବିରୋଧ ରେ ଉଚ ସ୍ତରୀୟ ତଦନ୍ତ ଦାବୀ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି। ମଣ୍ଡି ଧାନ ବିକ୍ରି ସକାଶେ ହେଉଥିବା ପଞ୍ଜିକରଣ ରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଏବଂ ୟୁରିଆ ସାର ବିକ୍ରୀ ରେ ହେଉଥିବା ହେରାଫେରି ବିଷୟରେ ଚାଷୀ ଖୁଲମଖୁଲା ତଥ୍ୟ ଆଧାରିତ ବିରୋଧ ବ୍ୟକ୍ତ କରୁଛନ୍ତି। ତଦନ୍ତ ହେଲେ ଆହୁରି ଅଧିକ ହୋଇଥିବା ଭ୍ରଷ୍ଟାଚାର ଲୋକ ଲୋଚନକୁ ଆସି ପାରିବ ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି। କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଓ ଉପ ସଭାପତି ରାଜେନ୍ଦ୍ର ମିଶ୍ର ହେଉଥିବା ଅନିୟମିତତା ଓ ହେରାଫେରି କୁ ଦୃଢ ନିନ୍ଦା କରିଛନ୍ତି। ବିନା ଉତ୍ତରାଧିକାରୀ ପ୍ରମାଣ ପତ୍ର ଓ ସିଭିଲ କୋର୍ଟରେ ବିଚାରାଧୀନ ଥିବା ବିବାଦୀୟ ଜମି ଗୁଡିକ କୁ ମଧ୍ୟ କେଉଁ ଆଧାରରେ ପଞ୍ଜିକରଣ କରାଯାଇଅଛି, ତାହା ଉପରେ ଉଚ ତଦନ୍ତ ପାଇଁ ସାମାଜିକ କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ପାଇଁ ପ୍ରସ୍ତୁତ ହୋଇଥିବା ସ୍ଥଳେ କୃଷକ ସଂଘ ଉପ ସଭାପତି ଅଭିଯୋଗ କରିଛନ୍ତି ଯେ ଏମ୍ ଡି ନିଜ କର୍ତ୍ତବ୍ୟ କରିବା ବଦଳରେ ଘରେ ଶୋଇ ରହୁଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ଏମ୍ ଡି ଙ୍କ ବରଖାସ୍ତ ପାଇଁ ଦାବୀ ହେଉଛି।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *