ସାଇବର କ୍ରାଇମ ଏବଂ ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ପରାମର୍ଶ ଦେଲେ କୋରାପୁଟ ପୋଲିସ ଏସପି

ସାଇବର କ୍ରାଇମ ଏବଂ ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ପରାମର୍ଶ ଦେଲେ କୋରାପୁଟ ପୋଲିସ ଏସପି

ଲମତାପୁଟ 1/9/2026 କୋରାପୁଟ ଜ଼ିଲ୍ଲା ଲମତାପୁଟ ବ୍ଲକର ଜଳହଞ୍ଜର ପଂଚୟତ ଠାରେ ସାଇବର କ୍ରାଇମ ଏବଂ ବେଆଇନ ଗଂଜେଇ ଚାଷ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମ ରେ କୋରାପୁଟ ପୋଲିସ ଏସପି ରୋହିତ ବର୍ମା ମୁଖ୍ୟ ଅତିଥିଭାବେ ଯୋଗ ଦାନ ଦେଇ ଏନ ଡ଼ି ପି ଏସ ଧାରା 47ସମ୍ପର୍କ ରେ ବ୍ୟାପକ ସୂଚନା ପ୍ରଦାନ କରିଥିଲେ!ମାଛକୁଣ୍ଡ ଥାନା ଅଧିକାରୀ ଶ୍ରୀ କୁଳମଣି ବୁରୁଦା ଲମତାପୁଟ ଫାଣ୍ଡି ଅଧିକାରୀ ଶ୍ରୀ ଶିଶିର କାନ୍ତ ଘୋଷ ଅବକାର ବିଭାଗ ଅଧିକାରୀ ଶ୍ରୀ ଆପେଲ ରମାରାଅ ସ୍ଥାନୀୟ ଜଳହଞ୍ଜର ସରପଞ୍ଚ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଙ୍ଗି ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ସୋମନାଥ ମୁଦୁଲି ପୂବତନ ବ୍ଲକ ଉପାଧକ୍ଷ ଶ୍ରୀ ସୁନାଧାର ଆଦାରୀ ରାଜସ୍ବ ବିଭାଗ ଅଧିକାରୀ ଅଙ୍ଗନବାଡି କର୍ମୀ ଜଳହଞ୍ଜର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛତ୍ରୀ ମାନକ ବ୍ୟତୀତ ବହୁ ବୁଦ୍ଧିଜୀବୀ ଏବଂ ଜନପ୍ରତିନିଧି ଯୋଗଦାନ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ! ବିଶେଷ କରି ଯୁବସମାଜ ନିଶା ସେବନରୁ ଦୁରେଇ ରହିବା ଏବଂ ନିଶା ସେବନ କରୁଥିବା ବ୍ୟକ୍ତି ମାନଂକୁ ଠିକ ରାସ୍ତା କୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ!ଗଂଜେଇ ଚାଷ କଲେ ଗଂଜେଇ ମାଫିଆ ମାନେ ମାଲାମାଲ ହେଉଛନ୍ତି ମାତ୍ର ନିରୀହ ଆଦିବାସୀ ମାନଂକୁ ଦଣ୍ଡ ଭୋଗିବାକୁ ପଡୁଛି ଆଦିବାସୀ ମାନକ ସରଳତା ର ସୁଯୋଗ ନେଇ ମାଫିଆ ମାନେ ଏହି ଗଂଜେଇ ଚାଷ କୁ ପ୍ରୋଛ ହନ ଯୋଗାଉଛି!ଫଳରେ ସ୍ଥାନୀୟ ଅଂଚଳ ବାସୀଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି!ଏଣୁ ଏହି ଗଂଜେଇ ଚାଷ ରୁ ନିବୃତ ରହି ଲାଭଦାୟକ ଫସଲ ତଥା ଅଦା ଗୋଲମରିଚ ମାଣ୍ଡିଆ ପନିପରିବା ଚାଷ କରିବା ନିମନ୍ତେ ପରାମର୍ଶ ଦେଇଥିଲେ! ଗଂଜେଇ ଚାଷ କରୁଥିବା କିମ୍ବା ଗଂଜେଇ ବେପାର ରେ ସାମିଲ ଥିବା ସୂଚନା ପାଇଲେ ପୋଲିସ ତରଫରୁ କଡା ଦଣ୍ଡ ବିଧାନ ପ୍ରଣୟନ କରାଯିବ ବୋଲି ସତର୍କତା ପ୍ରଦାନ କରାଯାଇଛି!

Leave a Reply

Your email address will not be published. Required fields are marked *