ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ* 

*ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*

 

ନବରଙ୍ଗପୁର:ଆଜିର ଯୁବପିଢ଼ି କେବଳ ନିଜ ସ୍ୱପ୍ନରେ ସୀମିତ ନୁହଁନ୍ତି, ବରଂ ସମାଜ ପ୍ରତି ସେମାନଙ୍କର ଦାୟିତ୍ୱବୋଧ ମଧ୍ୟ ଅତୁଳନୀୟ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସାମାଜିକ ଅନୁଷ୍ଠାନ “ରକ୍ତସେତୁ”, ଯାହା ଏକ Gen Z ଯୁବପିଢ଼ିଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ପରିଚାଳିତ। ଜରୁରୀ ପରିସ୍ଥିତିରେ ରକ୍ତ ଅଭାବରୁ ଯେପରି କାହାରି ଜୀବନ ନ ଯାଏ, ସେହି ନିଃସ୍ୱାର୍ଥପର ସେବା ମନୋଭାବକୁ ପାଥେୟ କରି ଏହି ଯୁବ ସଂଗଠନ ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଛି। ଦୁର୍ଗମ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବଡ଼ ବଡ଼ ହସ୍ପିଟାଲ ପର୍ଯ୍ୟନ୍ତ, ଯେଉଁଠି ମୁମୂର୍ଷୁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡ଼ୁଛି, ସେଠାରେ ଦେବଦୂତ ସାଜି ପହଞ୍ଚୁଛନ୍ତି ଏହି ସଂଗଠନର ଯୁବ ସ୍ୱେଚ୍ଛାସେବୀ ରକ୍ତଦାତା ମାନେ।

 

ଏହି ମହତ ସେବା କେବଳ ଗୋଟିଏ ଜିଲ୍ଲା ମଧ୍ୟରେ ସୀମିତ ନୁହେଁ। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆରମ୍ଭ କରି ପଡ଼ୋଶୀ ରାଜ୍ୟ ପର୍ଯ୍ୟନ୍ତ ଏହା ବ୍ୟାପ୍ତ। ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, କନ୍ଧମାଳ ଭଳି ଜିଲ୍ଲାଗୁଡ଼ିକ ସମେତ ଛତିଶଗଡ଼ର ଦେଓଭୋଗ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଯାଇ ଏହି ଯୁବ ରକ୍ତଦାତାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଉଛନ୍ତି। ଆପଣଙ୍କର ଟୋପାଏ ରକ୍ତ ଅନ୍ୟ ଜଣଙ୍କ ମୁହଁରେ ହସ ଫୁଟାଇପାରେ ଏବଂ ଏକ ପରିବାରକୁ ନୂଆ ଜୀବନ ଦେଇପାରେ।Gen Z ମାନଙ୍କ ଏହି ଅଭିନବ ପ୍ରୟାସର ପରିସରକୁ ଆହୁରି ବ୍ୟାପକ କରିବା ସହ କୌଣସି ଜରୁରୀ ସମୟରେ ରକ୍ତର ଅଭାବ ଯେପରି ନ ହୁଏ, ସେଥିପାଇଁ “ରକ୍ତସେତୁ” ପକ୍ଷରୁ ସମସ୍ତ ଜିଲ୍ଲାର ଯୁବକ, ଯୁବତୀ, ରକ୍ତଦାତା ଓ ସଚେତନ ନାଗରିକଙ୍କୁ ଏହି ଅଭିଯାନରେ ସାମିଲ ହେବା ପାଇଁ ବିନମ୍ର ଅନୁରୋଧ କରାଯାଉଛି। ଆସନ୍ତୁ, ଆମେ ସମସ୍ତେ ମିଶି ଏହି ନିଃସ୍ୱାର୍ଥପର ମାନବସେବା ଅଭିଯାନରେ ଯୋଡ଼ି ହୋଇ ରକ୍ତଦାନ କରି ଅସହାୟଙ୍କ ଜୀବନରେ ଆଶାର କିରଣ ସାଜିବା ବୋଲି ସମାଜ କୁ ସେମାନେ ଏକ ସୁନ୍ଦର ବାର୍ତ୍ତା ଦେଉଛନ୍ତି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *