BusinessDIstrictMalkangiriNationOdishaPolitics

ବାଲିମେଳା ବସଷ୍ଟାଣ୍ଡର ଅବସ୍ଥା ଶୋଚନୀୟ,ଦୁର୍ଦଶା ଭୋଗୁଛନ୍ତି ଯାତ୍ରୀ

ବାଲିମେଳା, ୦୯/୦୭: ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ବସଷ୍ଟାଣ୍ଡ ଦୟନୀୟ ଅବସ୍ଥାରେ ରହିଛି।ବସଷ୍ଟାଣ୍ଡ ପରିସରରେ ଖାଲ ଖମା ରେ ଜମି ରହି ସୃଷ୍ଟି ହୋଇଛି କୁତ୍ରିମ ଗାଡିଆ।ରାସ୍ତା ଫାଟି ଆଁ କରିବା ସହ ବିଭିନ୍ନ ସ୍ଥାନରେ ରଡ଼ ଦେଖା ଗଲାଣି । ଗତ କିଛିଦିନ ହେବ ବାଲିମେଳା ସହରରେ ଲଗାଣ ବର୍ଷା ଜାରୀ ରହିବା ଯୋଗୁ ଏହି ବସଷ୍ଟାଣ୍ଡର ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି।

ବିଡମ୍ବନାର ବିଷୟ ବର୍ଷା ଜଳ ବସଷ୍ଟାଣ୍ଡ ପରିସରରୁ ଡ୍ରେନରେ ପ୍ରବାହିତ ହେବା ବଦଳରେ ବସ ଗୁଡିକ ରହୁଥିବା ପ୍ଲାଟଫର୍ମ ମାନଙ୍କରେ ମଧ୍ୟ ପାଣି ଜମି ରହୁଛି ଯାହା ଫଳରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ଭୋଗୁଛନ୍ତି ଯାତ୍ରୀ ଏବଂ ଏଥି ଯୋଗୁଁ କିଛି ଯାତ୍ରୀ ଅଭିଯୋଗ କରିଛନ୍ତି।ସବୁ ଜାଣି ନୀରବ ସାଜିଛି ସ୍ଥାନୀୟ ପ୍ରଶାସନ ବୋଲି ସ୍ଥାନୀୟ ଲୋକେ ମତ ବ୍ୟକ୍ତ କରିଛନ୍ତି।ବାଲିମେଳା ବସଷ୍ଟାଣ୍ଡକୁ ପ୍ରତିଦିନ ପ୍ରାୟ ୫୦ ଉର୍ଦ୍ଧ ସରକାରୀ ଓ ବେସରକାରୀ ବସ ଆସି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାୟଗଡା, ବିଶାଖାପାଟଣା, ଭଦ୍ରାଚଲମ, ଇନ୍ଦ୍ରାବତୀ, ଜୟପୁର ଭଳି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ବାହାର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗୁଡିକୁ ଯାତାୟାତ କରିଥାଏ।ବାଲିମେଳା ସହର ସମେତ ବିଭିନ୍ନ ଅଞ୍ଚଳର ଶହ ଶହ ଯାତ୍ରୀ ଏହି ବସଷ୍ଟାଣ୍ଡ ଉପରେ ନିର୍ଭରଶୀଳ।ତେବେ ବସଷ୍ଟାଣ୍ଡ ପରିସରରେ ଏପରି ଖାଲ ଖମା ହୋଇ ବର୍ଷା ଜଳ ଜମୁଛି।ଯାହା ଦ୍ୱାରା ଲୋକେ ଚାଲିଯିବା ମଧ୍ୟ କଷ୍ଟକର ହୋଇପଡୁଛି।କେଉଁଠି କେଉଁଠି ତ ସିମେଣ୍ଟ କଂକ୍ରିଟ ରାସ୍ତାରୁ ଲୁହା ରଡ଼ ବାହାରକୁ ବାହାରି ଦେଖା ଗଲାଣି।ଏହି ବାହାରକୁ ବାହାରିଥିବା ଲୁହା ରଡ଼ରେ ଝୁଣ୍ଟି ଏବଂ ଖାଲ ଖମାରେ ବହୁବାର ଛୋଟ ବଡ଼ ଦୁର୍ଘଟଣା ଘଟି କିଛି ଲୋକ ଆହତ ହୋଇଥିବା ମଧ୍ୟ ଖବର ରହିଚି।

ଏଥି ସହ ବସଷ୍ଟାଣ୍ଡ ବିଲଡିଂ ମଧ୍ୟ ଏପରି ନିର୍ମାଣ ହୋଇଛି ଯେ ବର୍ଷା ଜଳ ବସଷ୍ଟାଣ୍ଡ ପରିସରକୁ ଯାଇ ପାଣି ଜମି ରହୁଛି।ଯାତ୍ରୀ ଏଠାରେ ବିଶ୍ରାମ ନେବାପାଇଁ କଷ୍ଟକର ହୋଇପଡୁଛି।କେତେବେଳେ ଯେ ଭାଙ୍ଗି ଭୁଶୁଡି ଯିବ ତାହା କହି ହେବନାହିଁ।ତେଣୁ ତୁରନ୍ତ ଏହି ବସଷ୍ଟାଣ୍ଡର ପୁନଃରୁଦ୍ଧାର କରି ସମ୍ମୁଖରର ଥିବା ଖାଲଖମା ରାସ୍ତା ନିର୍ମାଣ କରିବାକୁ କାଉନସିଲର କୃଷ୍ଣ ବାଘଙ୍କ ସମେତ ବାଲିମେଳା ସହରବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, କଂକ୍ରିଟ ଭାଙ୍ଗି ରଡ଼ ଦେଖା ଯାଉଥିବା ଓ ଖାଲ ଖମା ସ୍ଥାନ ଗୁଡିକ ତୁରନ୍ତ ମରାମତି କରାଯିବ। ସେଥିପାଇଁ କନିଷ୍ଠ ଯନ୍ତ୍ରୀ କୁମୁଦୁନୀ ସେଠୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଡିପିଆର ପ୍ରସ୍ତୁତ କରି ଉଚ୍ଚ କତୃପକ୍ଷଙ୍କ ନିକଟକୁ ପଠା ଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା କହିଛନ୍ତି।

Rakesh Kumar Kuladeep (Block Reporter) Balimela

Related Articles

Leave a Reply

Your email address will not be published. Required fields are marked *

Back to top button